Home ଓଡ଼ିଶା ଆସନ୍ତାକାଲି ବଜେଟ୍ ଆଲୋଚନା ଚକ୍ରରେ ଯୋଗଦେବେ କେନ୍ଦ୍ର ଆଦିବାସୀ କଲ୍ୟାଣ – ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- କେନ୍ଦ୍ର ସରକାର ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ର ବଜେଟ୍ ସଂସଦରେ ଆଗତ କରିଛନ୍ତି । ସୁଦୁରପ୍ରସାରୀ, ଯୁଗାନ୍ତକାରୀଏ ଏହି ଐତିହାସିକ ବଜେଟ୍ରେ ଗାଁ, ଗରୀବ, କିଷାନ, ମହିଳା, ଯୁବ, ଆଦିବାସୀ, ଦଳୀତ, ଶୋଷିତ, ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ମଧ୍ୟମ ବର୍ଗକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । ମୋଦି ସରକାରଙ୍କ ଏହି ଐତିହାସିକ ଏବଂ ଜନକଲ୍ୟାଣ ବଜେଟକୁ ଓଡିଶାର ପ୍ରତ୍ୟେକ ଲୋକଙ୍କ ପାଖକୁ ପହଂଚାଇବା ଉଦ୍ଦେଶ୍ୟରେ ଆସନ୍ତା କାଲି କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ମୁଣ୍ଡା ଆସନ୍ତା କାଲି ମଧ୍ୟାହ୍ନ ୧୨.୦୫ରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ । ଅପରାହ୍ନ ୪ଟାରେ ଭୁବନେଶ୍ୱରସ୍ଥିତ ହୋଟେଲ ନିୟୁ ମାରିୟନଠାରେ ଆୟୋଜିତ ହେବାକୁ ଥିବା “ବଜେଟ୍ ଆଲୋଚନା ଚକ୍ର” କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅର୍ଥନୀତିଜ୍ଞ, ସାମ୍ବାଦିକ, ସମାଜିକ କର୍ମୀ, ବ୍ୟବସାୟୀ ପ୍ରତିନିଧି ଏବଂ ସମାଜର ପ୍ରବୁଦ୍ଧ ବର୍ଗର ବୁଦ୍ଧିଜୀବୀମାନେ ଉପସ୍ଥିତ ରହିବେ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ସୁଚନା ଦେଇଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026