Home ଓଡ଼ିଶା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନିୟମିତତା ଅଭିଯୋଗ : ଠିକାଦାର ଓ ଯନ୍ତ୍ରୀ ମଧ୍ଯରେ ମଧୁଚଦ୍ରିକା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ ଥିବା ୫୯ ନଂ.ଜାତୀୟ ରାଜପଥ ଠାରୁ ଚିଙ୍ଗିରୀଗାଁ ପର୍ଯ୍ୟନ୍ତ ନିର୍ମାଣ ଚାଲୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । କାମ ଆରମ୍ଭ ରେ ଠିକାଦାର କାର୍ଯ୍ୟ ର ଫଳକ ଲଗାଇବା କଥା କିନ୍ତୁ ତାହା ବର୍ତ୍ତମାନ କାମ ଅଧା ହେବାକୁ ଗଲାଣି ଫଳକ ଦେଖିବାକୁ ମିଳୁନାହିଁ । ଯାହା ଫଳରେ କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ, ରାସ୍ତା ର ଦୈର୍ଘ୍ୟ, ଓସାର ଓ ଉଚ୍ଚତା କେତେ ଓ କାର୍ଯ୍ୟ ଆରମ୍ଭ ତାରିଖ ଠିକାଦାର କିଏ କେଉଁ ବିଭାଗ କାର୍ଯ୍ୟ ତୁଲାଇ ଆସୁଛି ତାହା ଜାଣି ପାରୁନାହାନ୍ତି ସାଧାରଣ ଲୋକ ଓ ଗ୍ରାମବାସୀ । ଯାହା ଫଳରେ ରାସ୍ତା କାର୍ଯ୍ୟ ନିର୍ମାଣ ରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ରାସ୍ତା ରେ କ୍ରଶର ମେଟାଲ ବ୍ୟବହାର ହେଉଥିଲେ ମଧ୍ୟ ତାହା ଅତି ନିମ୍ନମାନର ଏବଂ ଛୋଟ ଛୋଟ ହୋଇଥିବା ବେଳେ ମୋରମ ସହ ଠିକ୍ ସେ ରୋଲିଂ ଓ ପାଣି ପକାଯାଉ ନାହିଁ । ଯାହା ଫଳରେ ରାସ୍ତା ଦୀର୍ଘ ଦିନ ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହୋଇଛି । ପୂର୍ବରୁ ଏହି ଠିକାଦାର ଜଣକ ବିଭିନ୍ନ ସ୍ଥାନ ରେ ନିମ୍ନ ମାନର କାମ କରିଥିବା ନଜିର ରହିଛି । କାମ ନିମ୍ନ ମାନର ହେଉଥିବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଅଭିଳାଷ ପରମଗୁରୁ ମିଶ୍ରଙ୍କ ସହ ଯୋଗାଯୋଗ କରି ଅଭିଯୋଗ କରିବା ପରେ ଯନ୍ତ୍ରୀ ଜଣକ ଠିକାଦାର କୁ ତାଗିଦ କରିବା ବଦଳ ରେ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରୀଙ୍କୁ ସଫେଇ ଦେଉଛନ୍ତି ଯେ ୧୩ ପ୍ରତିଶତ କମ ରେ ଠିକାଦାର କାମ ନେଇଛନ୍ତି ଏଣୁ ରାସ୍ତା ଏପରି ହିଁ ହେବ । ଏହା ଶୁଣିବା ପରେ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୂଚଦ୍ରିକା କେତେ ରହିଛି ତାହା ବାରିହୋଇ ପଡୁଛି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସୁବାଷ ଚଦ୍ର ପାତ୍ର ଏଥି ପ୍ରତି ଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଅନିୟମିତତା କୁ ରୋକିବା ସହ ଠିକାଦାର କୁ ତାଗିଦ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସ୍ବର୍ଗତ ଛାତ୍ର ସନ୍ତୋଷ ସାହୁଙ୍କ ସ୍ମୃତି ଚାରଣ ସଭା by Proprietor Abhimanyu Maharana August 10, 2026 ବାଙ୍କୋଇ - ପାଟବନ୍ଧ ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ମରଣଯନ୍ତା ପରିଣତ by Proprietor Abhimanyu Maharana August 10, 2026 1984 ମସିହା ISc ଵେଚ ର ବନ୍ଧୁ ମିଳନ by Proprietor Abhimanyu Maharana August 10, 2026 ହରଘର ତ୍ରିରଙ୍ଗା ଅବସରରେ କଳା ପ୍ରଦର୍ଶନ କର୍ମଶାଳା by Proprietor Abhimanyu Maharana August 10, 2026 ଆକାଶ ପଥରେ କାର୍ଯ୍ୟରତ ବିମାନ ଏବେ ସ୍ଥଳପଥରେ ଜନତାଙ୍କ ରେସ୍ତୋରାଁ by Proprietor Abhimanyu Maharana August 10, 2026 ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ପ୍ରଦେଶ ଯୁବ କଂଗ୍ରେସର ବିଶାଳ ଶୋଭାଯାତ୍ରା by Proprietor Abhimanyu Maharana August 9, 2026