ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିମିୟତା ନେଇ ବିଜେପି ର ପାଟଣାଗଡ଼ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ୨୦୧୧ ଜନଗଣନା ଭିତ୍ତିରେ କେନ୍ଦ୍ର ସରକାର ଆବାସଘର ଲାଗୁ କରିଥିବାରୁ ବତ୍ତମାନ ପ୍ରାୟ ସମସ୍ତ ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ଏଣୁ ସରକାର ନୂତନ ସର୍ଭେକରି ପୃକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରିବା ପାଇଁ ଆଜି ବିଜେପି ର ପୂର୍ବତନ ରାଜ୍ଯ ସଭାପତି ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ୩୦ ଟି ପଞ୍ଚାୟତର ସତାଧିକ ମହିଳା ପୁରୁଷ ଯୋଗ ଦେଇ ରାଜଖମାରୁ ଏକ ରେଲି ରେ ବାହାରି ବ୍ଲକ କୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ସରକାର ବିରୁଦ୍ଧରେ ନାରାବାଜି ଦେଇ ଧାରଣାରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ଶହ ବିଜେପି କର୍ମ୍ମୀ ମାନେ ବସିଥିବା ବେଳେ .ପାଟଣାଗଡ଼ ୩୦ ଟି ପଞ୍ଚ।ୟତର ଜନସାଧାରଣ ବିଜେପି କୁ ସମର୍ଥ କରି ଧାରଣାରେ ବସିଥିଲେ ପରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଲନକୁ ତିବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ମାଧବ ସାଏ, ମୁନ୍ନା ମହାନ୍ତି, ଶୁରୁ ସିଂ ନୀନା, ପ୍ରମୂଖ ନେତୃତ୍ବ ନେଇ ଥିଲେ।

 

Exit mobile version