ଛେଳି ଚରାଇବାକୁ ଯାଇଥିବା ବେଳେ ପେଟରେ ପଶିଗଲା ବାର୍ଚ୍ଛା : ନାବାଳକ ଗୁରୁତ୍ୱର

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଆଜି ବେଲପଡ଼ା ବ୍ଲକ ସରମୁହାଣ ପଂଚାୟତରେ ଅନ୍ତର୍ଗତ ଅଏଁଳାଭଟା ଗାଁ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ରାଜୁ ଥାନାପତି(୧୬) ଆଜି ସକାଳୁ ଛେଳି ଚରେଇବା ପାଇଁ ଯାଇଥିଲେ ।ରାଜୁ ର ଅବହେଲା ଯୋଗୁଁଏକ ବର୍ଚ୍ଛା ତାଙ୍କ ପେଟରେ ପଶି ଯାଇଛି । ଉକ୍ତ ଘଟଣା ଜାଣିବା ପରେ ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି.

Exit mobile version