1. ଗ୍ରାହକମାନେ ୨୦୨୩ ଏପ୍ରିଲ୍ ୨୧ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇପାରିବେ
2. ୨୦୨୦ ଡିସେମ୍ବର ୩୧ ପୂର୍ବରୁ ଥିବା ବିଦ୍ୟୁତ ବକେୟା ଉପରେ କେବଳ ଏହି ଯୋଜନା ଲାଗୁ ହେବ

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ବ୍ରହ୍ମପୁର :- ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଗାଇଡ୍ଲାଇନ୍ ଅନୁସାରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ଓଟିଏସ୍ (ଏକକାଳୀନ ସମାଧାନ ଯୋଜନା) ଆରମ୍ଭ କରାଯାଇଛି । ଏହି ଯୋଜନାରେ ସାମିଲ ରହିଛି ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ବୌଦ୍ଧ ଓ କନ୍ଧମାଳ । ଏହି ସ୍ୱତନ୍ତ୍ର ଯୋଜନା ଅନୁସାରେ, ୨୦୨୩ ଏପ୍ରିଲ୍ ୨୧ ସୁଦ୍ଧା ବିଦ୍ୟୁତ ବକେୟା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଟିପିସିଓଡିଏଲ୍ରେ ୨୪.୧ ଲକ୍ଷ ଗ୍ରାହକ ରହିଛନ୍ତି ।
