Home ଓଡ଼ିଶା ଓଡ଼ିଶାରେ ଶ୍ରବଣଯନ୍ତ୍ର ମାଗଣାରେ ବlଣ୍ଟିବେ, ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ସୁପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୁଆଲ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସୂର୍ଯ୍ୟୋଦୟ ଫାଉଣ୍ଡେସନ ଭାରତବର୍ଷର ଏକ ସୁପ୍ରସିଦ୍ଧ ସାମାଜିକ ସେବା ଅନୁଷ୍ଠାନ l ସ୍ବାସ୍ଥ୍ୟ, ଶିକ୍ଷା, ଯୁବକଙ୍କୁ ରୋଜଗାର, ଦାରିଦ୍ର୍ୟ ଦୂରୀକରଣ ତଥା ମହିଳା ସଶକ୍ତିକରଣ ଆଦି, ଅନେକ କାର୍ଯ୍ୟ ବହୁ ବର୍ଷ ଧରି କରିଆସୁଛି l ସମାଜ ରେ ସମସ୍ତେ ରୋଜଗାରକ୍ଷମ ହେlଇ ସ୍ବାବଲମ୍ବୀ ହେବା ସହିତ ଉତ୍ତମ ଜୀବନ ଯାପନ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ଅନେକ କାର୍ଯ୍ୟ କରିଆସୁଛି l ଏହି ଅନୁଷ୍ଠାନର ସଭାପତି ତଥା ଭାରତବର୍ଷର ସ୍ବନାମଧନ୍ୟ ଗାୟିକା ପଦ୍ମଶ୍ରୀ ଅନୁରାଧା ପୌଡୱାଲ, ଭୁବନେଶ୍ୱରରେ, ଏକ ସାମ୍ବାଦିକ ସମ୍ମିଳନୀରେ ଏକ ନୂଆ କଲ୍ୟାଣକାରି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ. ସୂର୍ଯ୍ୟୋଦୟ ଫାଉଣ୍ଡେସନ ଏକ ମିଳିତ ଉଦ୍ୟମରେ ୱାଇଡେକ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ସହିତ ମିଳିତ ଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟlଙ୍ଗ ବ୍ୟକ୍ତି ମାନଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହିତ ଚିକିତ୍ସା ମଧ୍ୟ କରିବାକୁ ଯାଉଛି l ୱାଇଡେକ୍ସ ଇଣ୍ଡିଆ ଓ ସିଭୋନ୍ତୋସ ଇଣ୍ଡିଆ, ବିଶ୍ୱରେ ସୁନାମ ଅର୍ଜନ କରିଥିବା ଶ୍ରବଣ ଯନ୍ତ୍ର ନିର୍ମାଣ କରୁଥିବା, ଭାରତର ଏକ ବିଶ୍ୱସନୀୟ ଅନୁଷ୍ଠାନ l ଓଡ଼ିଶାର ଅନୁନ୍ନତ, ଆଦିବାସୀ ବହୁଳ ଏବଂ ଉପାନ୍ତ ଅଞ୍ଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ l ଏହି ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଶ୍ରୀ ଗୌରବ ରାଲହନ , ଓଡ଼ିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସମାଜସେବୀ ଶ୍ରୀ ଲକ୍ଷ୍ମୀନାରାୟଣ ଅଗ୍ରୱାଲ, ଶ୍ରୀ ପ୍ରସନ୍ନ ବିଶୋଇ,ସୁନାମଧନ୍ୟ କେଶ ପ୍ରତିରୋପଣ ଡାକ୍ତର ପ୍ରଦୀପ ସେଠୀ, ୱାଇଡେକ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ, ଏବଂ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ଏହି ଶ୍ରବଣ ଯନ୍ତ୍ର ବଣ୍ଟନ ଓ ଚିକିତ୍ସା କାର୍ଯକ୍ରମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୁଣ୍ୟଭୂମି, ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହେବ l ପରବର୍ତ୍ତୀ ସମୟରେ ଏହା ମୟୂରଭଞ୍ଜ, କେନ୍ଦୁଝର, କଟକ, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାର, ବିଭିନ୍ନ ଅଞ୍ଚଳରେ ପ୍ରଦାନ କରିବା ନିମନ୍ତେ ଏହି ସାମ୍ବାଦିକ ସମ୍ମଳନୀରେ ଶ୍ରୀମତୀ ପୌଡୁଆଲ ଘୋଷଣା କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026