Home ଅପରାଧ ନାବାଳିକା କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଫେରାର ଅଭିଯୁକ୍ତ ୧ ବର୍ଷ ପରେ ଗିରଫ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ପାଢେଲ ଅଞ୍ଚଳର ଜଣେ ନାବାଳିକା କୁ ସେହି ଥାନା ଅନ୍ତର୍ଗତ ଭାଲୁପିଟା ଗ୍ରାମ ର ଜଣେ ଯୁବକ ଅପହରଣ ପରେ ବଲତ୍କାର କରି ଘରେ ଛାଡ଼ିଦେଇ ଥିଲା । ଏନେଇ ନାବାଳିକା ଜଣକ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ କେନ୍ଦୁମୁଣ୍ଡି ଗ୍ରାମ ରୁ ଫେରାର ଅଭିଯୁକ୍ତ ହେମନ୍ତ ଭୋଇ (୩୫ ) କୁ ଗିରଫ କରି ଥାନାକୁ ଆଣିଥିଲା । ଅଭିଯୁକ୍ତ ଠାରୁ ଘଟଣା ର ସତ୍ୟାସତ୍ୟ ଜାଣିବା ପରେ ପୁଲିସ ସଂପୃକ୍ତ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ଅଭିଯୋଗ ଅନୁସାରେ ପାଢେଲ ଅଞ୍ଚଳର ଜଣେ ନାବାଳିକା କୁ ଭାଲୁପିଟା ଗ୍ରାମ ର ହେମନ୍ତ ବିବାହର ପ୍ରତିଶୃତି ଦେଇ କୌଶଳ କ୍ରମେ ନାବାଳିକା କୁ ବମ୍ବେ ନେଇ ଯାଇଥିଲା। ବମ୍ବେର ଏକ ନିର୍ଦ୍ଦିଷ୍ଟ ଲଜ ରେ ଉଭୟେ ଏକାଠି ରହିଥିଲେ । ନାବାଳିକା ର ଅନିଚ୍ଛା ସତ୍ତ୍ବେ ହେମନ୍ତ ବିବାହ ର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲା । ଏହା ପରେ କୌଣସି କଥାକୁ ନେଇ ଉଭୟ ଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଯୁବକ ଜଣକ ରାଗରେ ଜର୍ଜରିତ ହୋଇ ତାଙ୍କ ର ଜଣେ ସହଯୋଗୀ ଙ୍କ ସହ ନାବାଳିକା କୁ ତାଙ୍କ ଘରେ ଛାଡ଼ିଦେଇ ପଲାଆସିଥିଲା । ଏହା ପରେ ପରିବାର ଲୋକଙ୍କୁ ନାବାଳିକା ଜଣକ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏନେଇ ପରିବାର ବର୍ଗଙ୍କ ସହ ନାବାଳିକା ଜଣକ ଗତ୨୦୨୨ ମସିହା ଏପ୍ରିଲ ୨୫ ତାରିଖ ରେ ଏ ସଂକ୍ରାନ୍ତରେ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026