୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କରିଥିବା ଅଭିଯୋଗ କରି ଶୁକ୍ରବାର ପାଟଣାଗଡ଼ ବିଜେପି ପକ୍ଷରୁ ପାଟଣାଗଡ଼ ବ୍ଳକ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ନେତା, କର୍ମୀ ଓ ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ ଏଥିରେ ସାମିଲ ହୋଇଥିଲେ । ଆଜି ସକାଳ ୧୦ ଟା ସମୟରେ ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀ ଙ୍କ ସହ ବିଜେପି ନେତା ଓ କର୍ମୀ ରାଜଖମାରେ ଏକତ୍ରିତ ହୋଇଥିଲେ । ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ବୃଦ୍ଧ ବୃଦ୍ଧା ଏକ ଶୋଭାଯାତ୍ରାରେ ବାହାରି ଘରଖଣ୍ଡିଏ ପାଇବା ଆଶାରେ ସହର ର ମୁଖ୍ୟ ରାସ୍ତା ଦେଇ ରାଜ୍ୟ ସରକାର ଙ୍କ ବିରୋଧ ରେ ବିଭିନ୍ନ ଶ୍ଳାଗାନ ମାନ ଦେଇ ବ୍ଳକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ।
ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଫିସ ସମ୍ମୁଖରେ ବସି ପଡିଥିଲେ । ପରେ ବିଡ଼ିଓ ସୁମନ୍ତ କୁମ୍ଭାର ଆନ୍ଦୋଳନ ସ୍ଥଳ କୁ ଆସି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ଦାବି ପତ୍ର ଗ୍ରହଣ କରିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତି (ମୁନା) , ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ ,ପୃର୍ବତନ ଜିଲ୍ଲା ପରିଷଦ ସଭ୍ୟ କରମ ସିଂ ସରାଫ , ବିଜେପି ନେତା ସୟଦ ଅବଦୁଲ ସିରାଜ ,ଜ୍ଞାନରଞ୍ଜନ ପଟେଲ, ସୁଶାନ୍ତ ଦାସ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
