Home ଅପରାଧ ପୁଣି ଆନ୍ଧ୍ର ରେ ଏକ ଅଣପଞ୍ଜିକୃତ – ଦାଦନ ଶ୍ରମିକ ମୃତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଶବ କୁ ପୋଡ଼ି ଦେବାକୁ ପରିବାର ଲୋକଙ୍କୁ ଇଟାଭାଟି ମାଲିକଙ୍କ ଧମକ ଅଭିଯୋଗ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନପାରି ନିରାଶ ହୋଇ ଘରକୁ ଫେରିଆସିଲେ ବାପା,ମା ୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଖଇରମାଲ ର ଜଣେ ଅଣପଞ୍ଜିକୃତ ଦାଦନ ଶ୍ରମିକ ଆନ୍ଧ୍ର ରାଜ୍ୟ ବିଜୟାନଗରମ ଜିଲ୍ଲା ପଦ୍ମନାଭ ଥାନା ମାଦି କ୍ରିନାପୁରମ ରେ ଗତ କାଲି ଅପରାହ୍ନ ସମୟରେ ମୃତ୍ୟୁ ଘଟିଥିଲା । ମୃତ ଶ୍ରମିକ ଜଣକ ହେଲେ ଥବିର ହାତୀଖୁଜିଆ (୨୮) ମୃତ ଶ୍ରମିକଙ୍କ ଶବକୁ ଇଟାଭାଟି ମାଲିକ ଗାଁ କୁ ନ ଛାଡ଼ି ସେଠାରେ ଲୁଚାଇ ରଖିଥିବା ସହ ଶବକୁ ପୋଡ଼ି ଦେବାକୁ ଭାଟି ମାଲିକ ପରିବାର ଲୋକଙ୍କୁ ଧମକ ଦେଉଥିବା ଜଣାପଡିଛି । ପୁଅର ମୃତ୍ୟୁ ଖବର ପାଇ ବାପା ମା ପ୍ରଥମେ ସ୍ଥାନୀୟ ଦାଦନ ସର୍ଦ୍ଦାର ଦୟାନନ୍ଦ ବିଭାର ଙ୍କ ପାଖ କୁ ଯାଇ ପୁଅ ଶବକୁ ଫେରାଇ ଆଣିବାକୁ ଗୁହାରି କରିଥିଲେ । ସର୍ଦ୍ଦାର ଜଣଂକ କିଛି କଥା ଶୁଣି ନଥିବାରୁ ପାଟଣାଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ଜଣାଇବା କୁ ଆସିଥିଲେ । ସେ କୌଣସି କାରଣ ବଶତଃ ଅନୁପସ୍ଥିତ ଥିବାରୁ ଘରକୁ ଫେରି ଯାଇଥିଲେ । ପରିବାର ଲୋକ ଙ୍କ ଅଭିଯୋଗ ଅନୁସାରେ ଆଜିକୁ ଦୁଇ ମାସ ପୂର୍ବେ ଥବିର ନିଜ କାକା ଓ ଖୁଡି ଙ୍କ ସହ ମିଶି ଆନ୍ଧ୍ର ରାଜ୍ୟ ବିଜୟାନଗରମ ଜିଲ୍ଲା ପଦ୍ମନାଭ ଥାନା ମାଦି କ୍ରିନାପୁରମ କୁ ବେଲପଡା ଥାନା ଅନ୍ତର୍ଗତ ବାଗଗୁଡା ଗ୍ରାମ ର ଅଣପଞ୍ଜିକୃତ ଦାଦନ ସର୍ଦ୍ଦାର ଦୟାନନ୍ଦ ବିଭାର ଙ୍କ ମାଧ୍ୟମରେ କିଛି ଟଙ୍କା ବଇନା ନେଇ ଇଟା ଗଢ଼ି ଯାଇଥିଲେ । ଗତ କାଲି ଭାଟିମାଲିକ ମର୍ଲିକା ଅର୍ଜୁନ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଭାଟିରେ କାମ କରୁଥିବା ମାଲିକଙ୍କ ଜଣେ ସର୍ମ୍ପକିୟଙ୍କ ସହ ନିକଟରେ ଥିବା ଏକ ଦୋକାନ କୁ ଭାଟି ମାଲିକ ଙ୍କ ସଉଦା କିଣିବା ପାଇଁ ଉଭୟେ ଏକ ବାଇକ୍ ରେ ଯାଇଥିଲେ । ସଉଦା କିଣି ବାଇକ୍ ରେ ଫେରୁଥିବା ସମୟରେ ମାଦି କ୍ରିନାପୁରମ ସହର ର ଏକ ବୁଲାଣି ରାସ୍ତା ରେ ବିପରିତ ଦଗିରୁ ଆସୁଥିବା ଏକ ପିଅକପ ଭ୍ୟାନ ଗାଡ଼ି ନଂ ଓପି ୩୦ ପିଜେ ୪୬୩୪ ସେମାନଙ୍କୁ ଧକ୍କା ଦେଇଥିଲା । ଇଟା ଭାଟି ମାଲିକଙ୍କ ସର୍ମ୍ପକିୟ ଜଣକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ଥବିର ଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଥବିର ଙ୍କ କାକା ,ଖୁଡି ଙ୍କ ସହ ଉକ୍ତ ଭାଟିରେ କାମ କରୁଥିବା କିଛି ଶ୍ରମିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । କ୍ଷତିପୂରଣ ସହ ମୃତ ଶ୍ରମିକ ଥବିର ଙ୍କ ଶବ କୁ ଗାଁ କୁ ଆଣିବାକୁ ଅଡି ବସିଥିଲେ । ଖବର ପାଇ ଇଟାଭାଟି ମାଲିକ ମର୍ଲିକା ଅର୍ଜୁନ ଘଟଣା ସ୍ଥଳରେ ପହଞ୍ଚି ପରିବାର ବର୍ଗଙ୍କ ସହ ଶ୍ରମିକ ମାନଙ୍କୁ ଧମକ ଚମକ ଦେଇ ମୃତ ଶ୍ରମିକ ଥବିର ଙ୍କ ମୃତ ଦେହ କୁ ଇଟାଭାଟି କୁ ନ ଆଣି କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାନୀୟ ପୁଲିସ ଲୁଚାଇ ରଖିଥିବା ଜଣାପଡ଼ିଥିବା ଲୁଚାଚ୍ଛପା ରେ ଥବିର ଙ୍କ ଶବ ପୋଡ଼ି ଦେବାକୁ ଚେଷ୍ଟା ଜାରି ରଖିଛି । ଉପରୋକ୍ତ ଘଟଣା ସମ୍ପର୍କରେ ମୃତ ଶ୍ରମିକ ଙ୍କ କାକା ଓ ଖୁଡି ତାଙ୍କ ବାପା ମା ଙ୍କୁ ଅବଗତ କରାଇଥିଲେ । ଏଥିପ୍ରତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଶ୍ରମ ବିଭାଗ ଦୃଷ୍ଟି ଦେଇ ଥବିର ଙ୍କ ଶବ ନିଜ ଗାଁ କୁ ଫେରାଇ ଆଣିବାକୁ ତାଙ୍କ ବାପା ମା ଦାବି କରିଛନ୍ତି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026