ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଜିଲ୍ଲା ଗସ୍ତ, ଜୟପୁର ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ଲାଟିନମ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ : ୧୫ କୋଟି ପ୍ରକଳ୍ପର ଶିଳାନ୍ଯାସ : ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଏକ ଅଡିଟୋରିୟମ ପାଇଁ କାର୍ଯ୍ୟାଦେଶ

୩ ଫେବୃଆରୀ ,ଶୁକ୍ରବାର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାପୁଟ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କୋରାପୁଟ ଜିଲ୍ଲାର ଜୟପୁର ମହାବିଦ୍ୟାଳୟର ପ୍ଲାଟିନମ୍ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ଦିନକ ପୂର୍ବରୁ ଉକ୍ତ ଅନୁଷ୍ଠାନକୁ ସ୍ବୟଂଶାସିତ ମହାବିଦ୍ୟାଳୟରୁ ବିଶ୍ବବକୁ ଊନ୍ନିତି ପାଇଁ ଘୋଷଣା କରିଥିବା ବେଳେ ଏଠାରେ ଏକ ଅଡିଟୋରିୟମ ଯେଉଁଥିରେ ହଜାର ସିଟ୍ ର ବ୍ୟବସ୍ଥା କରାଯିବ ତା ର ନିର୍ମାଣ ପାଇଁ ୮ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଜିଲ୍ଲାପାଳ ଅବଦ୍ଦଲ ଅଖତାରଙ୍କୁ ପ୍ରଦାନ କରିଛନ୍ତି ।
