Home ଓଡ଼ିଶା ମୁକ୍ତା ଯୋଜନାକୁ ଆର୍ନ୍ତଜାତୀୟ ସ୍ୱୀକୃତି ନ୍ୟୁୟର୍କରେ ମୁକ୍ତାକୁ ଡବ୍ଲୁଆରଆଇ ରୋସ୍ କେନ୍ଦ୍ର ପୁରସ୍କାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁକ୍ତା ଯୋଜନାକୁ ମିଳିଛି ବିଶ୍ୱସ୍ତରୀୟ ସ୍ୱୀକୃତି – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ୫ଟି ପଦକ୍ଷେପ ଅନ୍ତର୍ଗତ ଏହି ସହରୀ କର୍ମ ନିଯୁକ୍ତି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ୨୦୨୧-୨୦୨୨ ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଅନ୍ୟତମ ବିଜେତା ଭାବରେ ମନୋନୀତ ହୋଇ (ଡବ୍ୟୁଆରଆଇ), ସହରଗୁଡିକ ପାଇଁ ରସ୍ କେନ୍ଦ୍ର ପୁରସ୍କାର ହାସଲ କରିଛି । ଫେବୃଆରୀ ୧ ତାରିଖରେ ନ୍ୟୁୟର୍କ ସହରର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେତା ଘୋଷିତ ହୋଇଥିଲା । ନ୍ୟୁୟର୍କରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନନ୍ ଏହି ଆନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗର ଯୁଗ୍ମ ସଚିବ ଶ୍ରୀ ସାରଦା ପ୍ରସାଦ ପଣ୍ଡା ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏକ ଆନ୍ତର୍ଜାତୀୟ ଜୁରି ଦଳ ଏହି ପୁରସ୍କାର ପ୍ରତିଯୋଗିତାରେ ୬୫ ଟି ଦେଶର ୧୫୫ ଟି ସହରରୁ ଆସିଥିବା ୨୬୦ ଟି ଆବେଦନ ମଧ୍ୟରୁ ମୁକ୍ତା କୁ ବିଜେତା ଭାବରେ ଚୟନ କରିଛନ୍ତି ।ସହରଗୁଡିକ ପାଇଁ ପୁରସ୍କାର ହେଉଛି ଡବ୍ଲ୍ୟୁଆରଆଇ ର ସହରୀ ରୂପାନ୍ତରଣ ପୁରସ୍କାର ଯାହାକି ବିଶ୍ୱ ବ୍ୟାପି ଅଧିକ ସ୍ଥାୟୀ ଏବଂ ଅନ୍ତର୍ଭୂକ୍ତ ସହର ସୃଷ୍ଟି କରୁଥିବା ଅଗ୍ରଣୀମାନଙ୍କୁ ସ୍ୱୀକୃତି ପ୍ରଦାନ କରେ । ଅନିଶ୍ଚିତତା, ବ୍ୟାଘାତ ଏବଂ ସଙ୍କଟର ମୁକାବିଲା ପାଇଁ ସହରାଞ୍ଚଳର ଗରିବ, ଅନୌପଚାରିକ ତଥା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରି ମୁକ୍ତା ଏହି ପୁରସ୍କାର ହାସଲ କରିଛି । କଠିନ ସମୟରେ ବଞ୍ଚିବା ଏବଂ ତିଷ୍ଠି ରହିବା ପାଇଁ ଏକ ପ୍ରଣାଳୀ ଭାବରେ ମୁକ୍ତାକୁ ସ୍ୱୀକୃତି ମିଳିଛି ।ବର୍ତ୍ତମାନ ସୁଦ୍ଧା ଓଡିଶାର ୧୧୪ ଟି ସହରରେ ୭ ଲକ୍ଷ ସହରୀ ଗରିବ ଏବଂ ପ୍ରବାସୀ ଶ୍ରମିକ ୨୦୮ କୋଟି ଟଙ୍କା ମୂଲ୍ୟର ୨୨,୫୦୦ ଗୋଷ୍ଠି ସ୍ତରୀୟ ବିକାଶ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଯେଉଁଥିରେ ପକ୍କା ସଡକ, ଡ୍ରେନ୍, ବର୍ଷା ଜଳ ଅମଳ, କମ୍ୟୁନିଟି ସେଣ୍ଟର, ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଏବଂ ସର୍ବସାଧାରଣ ସ୍ଥାନ ଆଦିର ବିକାଶ କାର୍ଯ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୫୩୬୮ ମିଶନ୍ ଶକ୍ତି ଗୋଷ୍ଠୀ ଏବଂ ୪୩୮ ବସ୍ତି ବାସିନ୍ଦା ସଙ୍ଗଠନ ମଧ୍ୟ ଓଡିଶା ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ସହଭାଗୀ ଭାବରେ ନିୟୋଜିତ ହୋଇଛନ୍ତି । ଠିକାଦାରମାନଙ୍କୁ ନିୟୋଜିତ କରିବା ପରିବର୍ତ୍ତେ ମିଶନ ଶକ୍ତି ଗ୍ରୁପ୍ ଏବଂ ବସ୍ତି ବାସିନ୍ଦାଙ୍କୁ କାର୍ଯ୍ୟ ଦାୟିତ୍ୱ ଦେବା ପାଇଁ ଓଡ଼ିଶା ରାଜ୍ୟରଙ୍କ ପଦକ୍ଷେପ ସ୍ୱରୂପ ମୁକ୍ତା ଯୋଜନାକୁ ପ୍ରଶଂସା କରାଯାଇଛି । ଏହି ଯୋଜନା ଏକ ସମାନ ଢଙ୍ଗରେ ଗୋଷ୍ଠି ସ୍ତରୀୟ ନାଗରିକ ସୁବିଧା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଭାରତ ସରକାର ମଧ୍ୟ ଓଡିଶା ସରକାରଙ୍କ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଏବଂ ଓଡିଶାର ମୁକ୍ତା ମଡେଲକୁ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟକାରୀ ଲାଗି ସୁପାରିଶ କରିଛନ୍ତି । ଏଥିରୁ ଶିକ୍ଷାଲାଭ କରି ଝାଡଖଣ୍ଡ, ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ ତାମିଲନାଡୁ ସହରାଞ୍ଚଳରେ ଥିବା ଗରିବ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ଓଡିଶାର ମୁକ୍ତା ଢାଞ୍ଚାରେ ସେମାନଙ୍କ ସହରରେ ମଜୁରୀ ନିଯୁକ୍ତି ଯୋଜନା ଘୋଷଣା କରିଛନ୍ତି । Categories: ଓଡ଼ିଶା, ମହାନଗର, ହୋମ୍ Related Content ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026 "ବିକଶିତ ଭାରତ @୨୦୪୭" ସାମୂହିକ ସଂକଳ୍ପ ଓ "ସେବା ଜ୍ୟୋତି" ପଦଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana October 8, 2026