୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ ଶିଖରରେ ଥିବାମାତା କୁନ୍ତୀ,ଯୁଧିଷ୍ଠିର,ଓ ଭୀମ ମନ୍ଦିରରେ ଚଳିତ ବର୍ଷ ମହାଶିବରାତ୍ରୀ ଧୁମ୍ ଧାମରେ ପାଳନ କରାଯିବ। ଏଥି ନିମନ୍ତେ ଆଜି ସନ୍ଧ୍ୟା ରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ ତାରିଖ ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିବରାତ୍ରୀ ଅନୁଷ୍ଠିତ ହେବ ଏଥିପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରଯାଇଥିଲା। ମହେନ୍ଦ୍ରଗିରି ମହାଶିବରାତ୍ରି ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ପ୍ରବଳ ଜନସମାଗମ ହେବାର ରହିଅଛି । ଭକ୍ତମାନେ ଯିବା ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯିବ। ରାସ୍ତାର ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି ।
୧୦ ଟଙ୍କାର ସୁଲଭ ଦରରେ ପ୍ରସାଦ ବିକ୍ରୟ ପାଇଁ ବ୍ୟବସ୍ଥା କରାଯାଇଛି। ମହେନ୍ଦ୍ରଗିରି ଶିଖର ମଧ୍ୟରେ ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଇଦିଆଯିବ। ପର୍ବତ ଶିଖରରେ ଯାନବାହାନ ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ, ଦୁଇ ଚକିଆ ପାଇଁ ୫୦, ତିନି ଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୩୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି କୁନ୍ତୀ ମନ୍ଦିର, ଯୁଧିଷ୍ଟିର ମନ୍ଦିର, ଭୀମ ମନ୍ଦିର ଦର୍ଶନ ପାଇଁ ପ୍ରତି ମନ୍ଦିର ପିଛା ୨୦ ଟଙ୍କା ରଖାଯାଇଛି। ମହେନ୍ଦ୍ରଗିରି ମହାଶିବରାତ୍ରୀ ୧୬ ତାରିଖ ଠାରୁ ତା ୧୮ତାରିଖ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ । ଏହାପରେ ୧୭ ତାରିଖ ରାତିରେ ମହାଦୀପ ଉଠିବ ବୋଲି ଆଲୋଚନା କରାଯାଇଛି। ପ୍ରବଳ ଜନସମାଗମ ଦୃଷ୍ଟିକୁ ରଖି ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ନିୟୋଜିତ ରହିବେ।

