Home ଓଡ଼ିଶା ପାରଳାଖେମୁଣ୍ଡିର ଓଡ଼ିଶୀ ନୃତ୍ୟ ଦଳ ଙ୍କ ମାଲେସିଆ ଯାତ୍ରା by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ର ଏକ ୧୪ ଜଣିଆ ଦଳ ମାଲେସିଆ ଗସ୍ତ କରିଛନ୍ତି, ସେଠାରେ ଆସନ୍ତା ୪ ତାରିଖ ରେ ମାଲେସିଆର କୁଆଲାଲମ୍ପୁର ସନ୍ତାନନ୍ଦ ପ୍ରେକ୍ଷାଳୟ ଠାରେ ହେବାକୁ ଥିବା ଗ୍ଲୋବାଲ ଫେଷ୍ଟିଭାଲର ମଂଚରେ ପାରଳା ର ଏହି କଳାକାର ମାନେ ଓଡ଼ିଶାର ପରିଚୟ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମ ରେ ଭାରତ ତଥା ଅନ୍ୟାନ୍ୟ ଦେଶ ରୁ ବିଭିନ୍ନ ସାଂସ୍କୃତିକ ଦଳ ଯୋଗ ଦେଉଥିବା ବେଳେ ଓଡ଼ିଶାରୁ କେବଳ ଏକ ମାତ୍ର ସାଂସ୍କୃତିକ ଦଳ ଭାବେ ଏହି ଅନୁଷ୍ଠାନ ଯୋଗ ଦେବେ, ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଓ ଅନୁଷ୍ଠାନର ଗୁରୁ ଡି. ପ୍ରିୟଙ୍କା ଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ବିଦେଶ ରେ ନୃତ୍ୟ ପ୍ରଦର୍ଶନ କରିବେ। ଦୀର୍ଘ ବର୍ଷ ପରେ ପାରଳା କଳାକାର ମାନେ ବିଦେଶ ରେ ନୃତ୍ୟ ପରିବେଷଣ କରିବା ପାଇଁ ଯାଉଥିବା ବେଳେ ଅନୁଷ୍ଠାନ ର ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା, ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଆଦର୍ଶ ଦାସ, ସଦସ୍ୟ ବାଳକୃଷ୍ଣ ପାଣିଗ୍ରାହୀ ଙ୍କ ସମେତ ପାରଳା ର କଳାପ୍ରେମୀ ନୃତ୍ୟଶିଳ୍ପୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026