ରଣପୁରର ଉନ୍ନତିମୂଳକ କାର୍ଯ୍ୟରେ ବାଧା ଉପୁଯାଉଛନ୍ତି ବନାଞ୍ଚଳ ଅଧିକାରୀ

ଓଡିଶା ତାଜା ନ୍ୟୁଜ୍ ,ରିପୋର୍ଟ – ଅଭିମନ୍ୟୁ ମହାରଣା (୧୧ ଜୁନ୍ ଗୁରୁବାର ) ରଣପୁର :- ରଣପୁର ଏନେସି ର ୧୫ ଟି ୱାର୍ଡ ର ଆବର୍ଜନା କୁ ୯ ନମ୍ବର ୱାର୍ଡ ର ମଣିନାଗ ନିକଟ ରେ ଥିବା କଲିମ୍ବି ବାରି ରେ ପଡି ସେଠାକାର ପରିବେଶ ନଷ୍ଟ ହେଉଥିଲା ସେ ଆବର୍ଜନା ର ଦୁର୍ଗନ୍ଧରେ ନୂଆ ରାଜବାଟି ସାହି ଓ ଆଦର୍ଶ ବିଦ୍ୟା ମନ୍ଦିର ବିଦ୍ୟାଳୟ ର ପରିବେଶ ଉପରେ ବହୁ ପ୍ରଭାବ ପଡୁଥିଲା ଯାହା ଫଳରେ ରଣପୁର ଏନେସି ର ୧୫ ଟି ୱାର୍ଡ ର ଅଳିଆ ଆବର୍ଜନା କୁ ନେଇ ବ୍ରଜବଲ୍ଲଭପୁର ୪୫୩ ମୌଜାରେ କମ୍ପୋଷ୍ଟ ସେଣ୍ଟର କରାଯିବା କୁ ସ୍ଥିର କରାଯାଇଥିବା ବେଳେ ଏହି କାମ କୁ ଆଜି ଆରମ୍ଭ କରାଯାଇଥିଲା

ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପ୍ଲଟ ନଂ ୧୫ ଖତିଆନ ୪୫୩ ମୌଜା ବ୍ରଜବଲ୍ଲଭପୁର ରେ କାର୍ଯ୍ୟ ଚାଲୁଥିଲା । ଯାହା କି ତହସିଲଦାର ଙ୍କ ଜାଗା ଟି ଏନ.ଏ.ସି କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ବନାଞ୍ଚଳ ଅଧିକାରୀ ଙ୍କ କହିବା ଅନୁଯାୟୀ ପ୍ରଦତ୍ତ ଜଗା ଟି ରିଜର୍ଭ ଫରେଷ୍ଟ ଡିଭିଜନ ର ବୋଲି କାର୍ଯ୍ୟ କୁ ସ୍ଥଗିତ ରଖାଗଲା । ମିଳିତ ଅଧିକାରୀ ଙ୍କ ମାପଚୁପ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି । ଯାହା ଦ୍ୱାରା କି କାର୍ଯ୍ୟ ଟି କୁ ସ୍ଥଗିତ ରଖାଗଲା । କାହା ସ୍ୱାର୍ଥ ପାଈଁ ବନ୍ଦ କରୁଛନ୍ତି ବନାଞ୍ଚଳ ଅଧିକାରୀ ଏହାକୁ ନେଇ ରଣପୁର ର ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରିଛନ୍ତି ।

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version