
୨ଫେବୃଆରୀ ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର, କଟକ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀସ୍ମୃତି ପୀଠରେ, ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି ପଲ୍ଲିଶ୍ରୀ ମେଳା । ଏହି ମେଳା ଶୁକ୍ରବାର ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । ମହାତ୍ମା ଗାନ୍ଧୀଙ୍କ ମହାପରାୟଣ ଶହୀଦ ଦିବସ ପାଳନ ଅବସରରେ , ଏହି ମେଳା ଗାନ୍ଧୀ ସ୍ମୃତି ପରିଷଦ ପକ୍ଷରୁ ଆୟୋଜନ କରାଯାଇଛି । କଟକ ମେୟର ସୁବାଷ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ଫିତା କାଟି ମେଳାକୁ ଉଦଘାଟନ କରିଥିଲେ । ଏହି ମେଳାରେ କଟକ ଜିଲ୍ଲା ପାଳ ତଥା ଗାନ୍ଧୀ ସ୍ମୃତି ପରିଷଦର ସଭାପତି ଭବାନୀ ଶଙ୍କର ଚୟନୀ, କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସିଡ଼ିଓ ଅମର କୁମାର ମିଶ୍ର, ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି, ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୫୭ ନମ୍ବର ୱ।ର୍ଡ଼ର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ୫୬ ନମ୍ବର ୱ।ର୍ଡ଼ର କର୍ପୋରେଟର ଲିପସା ନାୟକ, କଟକ ସଦର ୪ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା,କଟକ ସଦର ବିଡ଼ିଓ ,ଓରମାସର ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଐତିହାସିକ ଗାନ୍ଧୀ ସ୍ମୃତି ପୀଠର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ମେୟର ସୁବାଷ ସିଂ କହିଥିଲେ । ସଭାରେ କଟକ ଜିଲ୍ଲା ସୂଚନା ଅଧିକାରୀ ସଭାପତିତ୍ୱକରିଥିଲେ । ମେଳାରେ ଖୋଲା ଯାଇଥିବା ଷ୍ଟଲକୁ ମେୟର, ଜିଲ୍ଲାପାଳ , ବିଧାୟକ ବୁଲି ଦେଖିଥିଲେ । ସାସ୍କୃତିକ କାର୍ଯ୍ୟକ୍ରମ ପୁରୀର ଗୋଟିପୁ, ମାହାରୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ମେଳାକୁ ଆସିଥିବା ଲୋକମାନେ ବିଭିନ୍ନ ଜିନିଷ କିଣା କିଣି କରିବା ସହିତ ଚଟପଟୀ ଖାଦ୍ୟ ଖାଇ ମେଳା ବୁଲିବାର ମଜା ନେଇଥିଲେ । ଛୋଟ ପିଲାମାନେ ଦୋଳି ଖେଳିବା ସୁଯୋଗ ପାଇଥିଲେ । ଜନ ସମାଗମକୁ ଆଖି ଆଗରେ ରଖି କଟକ ସଦର ପୋଲିସ ପକ୍ଷରୁ ପାରକିଙ୍ଗ ଆଦି କାର୍ଯ୍ୟ ହାତକୁ ନେଇଥିଲେ ।

