Home ଓଡ଼ିଶା ସାମଗ୍ରିକ ଗ୍ରାମିଣ ବିକାଶକୁ ସମର୍ଥ କରିବା ପାଇଁ ଶିଳ୍ପାୟନ ଏକ ଶକ୍ତିଶାଳୀ ସାଧନ ହୋଇପାରିବ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୁରତନ କାଳରୁ ଏକ ପ୍ରଥା ପ୍ରଚଳିତ ରହିଛି ଯେ, ‘ଯେତେବେଳେ ପିଲାଟିଏ ଜନ୍ମ ନିଏ ସେତେବେଳେ ନୂଆ ପିତାମାତା ମଧ୍ୟ ଜନ୍ମ ନିଅନ୍ତି’ । ପିତୃମାତୃକାଳୀନ ଦାୟିତ୍ୱ ଜଣେ ପୁରୁଷ ଓ ମହିଳାକୁ ପିତାମାତା ହେବାକୁ ରୁପାନ୍ତରିତ କରିଥାଏ ଏବଂ ଶିଳ୍ପାୟନ କ୍ଷେତ୍ରରେ ଲାଳନପାଳନ କରିବାର ଏହି ଅନ୍ତର୍ନିହିତ ଭାବ ଏବଂ ଇଛାଶକ୍ତି ଅନୁରୂପଭାବେ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଗୋଟିଏ ଶିଳ୍ପ ସୃଷ୍ଟି ହୁଏ ସେତେବେଳେ ଏକ ନୂଆ ଶିଳ୍ପ ପରିବ୍ୟବସ୍ଥା ମଧ୍ୟ ଜନ୍ମନିଏ ! ଏକ ଖୁସି ଦମ୍ପତି ଏକ ସଫଳ ଓ ଦାୟିତ୍ୱ ସମ୍ପନ୍ନ ନାଗରିକକୁ ଲାଳନପାଳନ ଓ ବଡ଼ କରିବାକୁ ଯେଉଁଭଳି କାର୍ଯ୍ୟ କରିଥାନ୍ତି, ଶିଳ୍ପ କ୍ଷେତ୍ରରେ ମଧ୍ୟ ଠିକ୍ ତାହା ହୁଏ । ଏକ ନୂଆ କାରଖାନା ସ୍ଥାପନ ଜଣେ ଶିଳ୍ପୋଦ୍ୟୋଗୀଙ୍କୁ ଯେଉଁଭଳି ଭାବେ ଗର୍ବିତ ମନେ କରାଏ, ତାଙ୍କ ଉଦ୍ଦେଶ୍ୟ ସାଧନ ସହ ତାଙ୍କୁ ଆତ୍ମତୃପ୍ତି ଦିଏ ସେହି ସମୟରେ କାରଖାନା ଚାରିପଟେ ବାସ କରୁୁଥିବା ଜନସାଧାରଣଙ୍କ କଲ୍ୟାଣ ଓ ସମୃଦ୍ଧି ସୁନିଶ୍ଚିତ କରିବା ମଧ୍ୟ ଆବଶ୍ୟକ ହୁଏ । ତାହା ସହ ରାଷ୍ଟ୍ର ଗଠନରେ ଏକ ବୃହତ୍ତର ଭୂମିକା ନେବାକୁ ସେମାନଙ୍କୁ ସମର୍ଥନ କରିବା ଆବଶ୍ୟକ ହୋଇଥାଏ । ବର୍ଷ ବର୍ଷ ଧରି ଅନେକ ଶିଳ୍ପ ସେମାନଙ୍କର କାର୍ଯ୍ୟ ପରିଚାଳନା, ନିଯୁକ୍ତି ସୃଷ୍ଟି ଏବଂ ସେଗୁଡ଼ିକର କାରଖାନା ଚାରିପଟେ ବାସ କରୁଥିବା ଜନସାଧାରଣଙ୍କ ପାଇଁ ଉନ୍ନତ ଜୀବନଯାପନ ସୁନିଶ୍ଚିତ କରିବା ଆଦି ଜରିଆରେ ସମାଜ ପ୍ରତି ଅବଦାନ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଶିଳ୍ପଗୁଡ଼ିକ ଭିତ୍ତିଭୂମି ନିର୍ମାଣ କରିଛନ୍ତି, ସଡ଼କ, ଜଳଯୋଗାଣ, ବର୍ଜ୍ୟ ପରିଚାଳନା ସୁବିଧା ଏବଂ ବିଦ୍ୟୁତ୍ ଶକ୍ତି ଉପଲବ୍ଧ କରାଇବା ଜରିଆରେ ଉକ୍ତ ଅଞ୍ଚଳର ବିକାଶକୁ ସମର୍ଥନ କରିଛନ୍ତି । ଦୀପକ ଫର୍ଟିଲାଇଜର ଆଣ୍ଡ୍ ପେଟ୍ରୋ କେମିକାଲ୍ କର୍ପୋରେସନ ଲିମିଟେଡ୍ (ଡିଏଫପିସିଏଲ୍) ମହାରାଷ୍ଟ୍ରର ତନୋଜା ଠାରେ ୧୯୭୯ରେ ସ୍ଥାପିତ ହୋଇ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ଉକ୍ତ ଅଞ୍ଚଳର ବିକାଶ କ୍ଷେତ୍ରରେ ଅନୁରୂପ ଦମ୍ଦାର ଭୂମିକା ଗ୍ରହଣ କରିଆସୁଛି । ଟେକ୍ନିକାଲ୍ ଆମୋନିୟମ୍ ନାଇଟ୍ରେଟ୍ (ସିଏଏନ୍), ଇଣ୍ଡଷ୍ଟ୍ରିଆଲ୍ କେମିକାଲ୍ ଆଣ୍ଡ୍ ଫର୍ଟିଲାଇଜର ଉତ୍ପାଦନରେ ଏହି କାରଖାନା କମ୍ପାନୀ ପାଇଁ ଏକ ପ୍ରମୁଖ ବିନିର୍ମାଣ ସ୍ଥଳ ହୋଇଛି । ଏହି ପ୍ରକ୍ରିୟାରେ ଉକ୍ତ ଅଞ୍ଚଳରେ ଏହା ହଜାର ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ କରିପାରୁଥିବା ନିଯୁକ୍ତିକ୍ଷମ କୁଶଳତା ଶିକ୍ଷା ଦିଗରେ ସେମାନଙ୍କୁ ସମର୍ଥନ କରୁଛି । ଏହାଦ୍ୱାରା ଉକ୍ତ ଅଞ୍ଚଳର ଜନସାଧାରଣଙ୍କର ଆର୍ଥିକ ଓ ମାନସିକ ସ୍ତରରେ ସ୍ୱାବଲମ୍ବନଶୀଳତା ବୃଦ୍ଧି କରୁଛି । ଗୋଷ୍ଠୀ ବିକାଶ ପାଇଁ ଡିଏଫ୍ପିସିଏଲ୍ ପ୍ରୟାସ ସମୁହର ଜଣେ ପ୍ରତିଷ୍ଠ ହିତାଧିକାରୀ ହେଉଛନ୍ତି ତଲୋଜାର ସାନାବାଗ ପରିବାର, ପରିବାରର ମୁଖ୍ୟ ବୈଭବ ସାନ୍ବାଗ ଡିଏଫ୍ପିସିଏଲ୍ ଟିଏଏନ୍ କାରଖାନାରେ ଜଣେ ଫୋରମ୍ୟାନ୍ ଭାବରେ ନିଯୁକ୍ତି ପାଇଛନ୍ତି ଏବଂ ତାଙ୍କ ପତ୍ନୀ ହସ୍ତକଳାରେ ସଫଳ ବ୍ୟବସାୟ ଆରମ୍ଭ କରିବାକୁ ଡିଏଫ୍ପିସିଏଲ୍ର ସିଏସ୍ଆର୍ ଶାଖା ଇସାନିଆ ଫାଉଣ୍ଡେସନ ଦ୍ୱାରା ତାଲିମ୍ ହାସଲ କରିଛନ୍ତି ଏବଂ ସେ ଉପହାର ଦେବା ଭଳି ବ୍ୟାଗ ଓ ଜୁଏଲାରୀ ପାଉଚ୍ ତିଆରି କରୁଛନ୍ତି । ଏହି ଦମ୍ପତିଙ୍କ ଦୁଇ ସନ୍ତାନ ବିନୋଦ ଏବଂ ରବି ଇସାନିଆ ଫାଉଣ୍ଡେସନର ଜ୍ଞାନମ୍ ପ୍ରୟାସ ସମର୍ଥନରେ ପରିଚାଳିତ ଏକ ସ୍କୁଲରେ ପାଠ ପଢ଼ୁଛନ୍ତି । ଜ୍ଞାନମ୍ ପ୍ରୟାସ ସ୍କୁଲଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ ଯୋଗାଇଦେବା ଏବଂ ମୋଟ୍ ଉପରେ ଶିକ୍ଷାର ମାନ ଉପରକୁ ଉଠାଇବା ନିମନ୍ତେ ପ୍ରତିବଦ୍ଧ । ଏହି ପ୍ରୟାସ ଦ୍ୱାରା ଆଜି ପର୍ଯ୍ୟନ୍ତ ପାନ୍ଭେଲ୍, ରାଇଗଡ଼ ଏବଂ ରାହିୟାଦର ଗ୍ରାମାଞ୍ଚଳ ଜନସାଧାରଣଙ୍କ ପାଇଁ ବହୁବିଦ୍ଧ କାର୍ଯ୍ୟକ୍ରମ ପ୍ରଚଳନ କରାଯାଇ ୧୨୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉନ୍ନତ ଶୈକ୍ଷିକ ପରିବେଶ ଯୋଗାଇଦିଆଯାଇଛି । ଏହି ଧାରାରେ ବିନୋଦ ଏବଂ ରବି ଏଭଳି ସ୍ତରର ସ୍କୁଲ ଶିକ୍ଷା ଲାଭ କରିବା ସୁଯୋଗ ପାଉଛନ୍ତି ଯାହା ଦେଶର କେତେକ ସର୍ବୋତ୍ତମ ସ୍କୁଲ ସହ ସମକ୍ଷକ ଏବଂ ସେମାନେ ଭବିଷ୍ୟତରେ କଲେଜ ଅଥବା ନିଯୁକ୍ତି ପାଇଁ ଆବେଦନ କଲେ ସେମାନଙ୍କୁ ସମାନ ସୁବିଧା ସୁଯୋଗ ମିଳିବ । ଇସାନିଆ ଫାଉଣ୍ଡେସନ ଗତ ୨୫ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରିପାରିଛି । ମହାରାଷ୍ଟ୍ରର ତଲୋଜା ଓ ପାନ୍ଭେଲ୍ରେ କେବଳ ଫାଉଣ୍ଡେସନ ଗୋପାଳନ, ସ୍ୱାସ୍ଥ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ ମହିଳା ଶଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ଉପାର୍ଜନକାରୀ ପ୍ରୟାସ ସମୁହକୁ ସମର୍ଥନ କରିଛି । ୱାଡିରେ ଦୁଗ୍ଧ ବିକାଶ ପ୍ରକଳ୍ପ, ଆରୋଗ୍ୟମ୍, ଜ୍ଞାନମ୍, ଗୋଷ୍ଠୀ ବିକାଶ ଓ ସମାଜ କଲ୍ୟାଣ, ଉଦ୍ୟୋଗ ବିକାଶ ଓ ବୃତ୍ତିଗତ କୁଶଳତା ବିକାଶ ପ୍ରକଳ୍ପ ଆଦି କ୍ଷେତ୍ରରେ ବହୁବିଦ୍ଧ ପ୍ରୟାସ ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ମହିଳା ଏବଂ ଯୁବବର୍ଗଙ୍କ ସମେତ ଜନସାଧାରଣଙ୍କ ଜୀବନକୁ ସକରାତ୍ମକ ଭାବେ ପ୍ରଭାବିତ କରିଛି ଏବଂ ଏଥିପାଇଁ ହିତାଧିକାରୀମାନଙ୍କ ଦ୍ୱାରା ଏହା ଉଚ୍ଚ ପ୍ରଶଂସିତ ହୋଇଛି । ଏହାର କୁଶଳତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଇସାନିଆ ଫାଉଣ୍ଡେସନ ହଜାର ହଜାର ସଂଖ୍ୟାରେ ଯୁବକଯୁବତୀ ଓ ଅଣକୁଶଳୀ ବ୍ୟକ୍ତିଙ୍କୁ ସେମାନଙ୍କ କୁଶଳତା ବିକାଶରେ ସହାୟତା କରିଛି ଏବଂ ସେମାନଙ୍କୁ ଚାକିରି ଖୋଜିବାରେ ସହାୟତା ପ୍ରଦାନ କରି ସେମାନଙ୍କ ପାଇଁ ଆର୍ଥିକ ସ୍ୱାଧୀନତା ଆଣିଦେଇଛି । କେବଳ ୨୦୨୧- ୨୨ରେ ଫାଇଣ୍ଡେସନ୍ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ନିମେନ୍ତ ଏହାର ଗ୍ରାମୀଣ ଓ ସହରାଞ୍ଚଳ ପ୍ରୟାସ ସମୁହ ଜରିଆରେ ୨୬,୫୧୬ ହିତାଧିକାରୀଙ୍କ ଜୀବନକୁ ସ୍ପର୍ଶ କରିପାରିଛି । ଆରୋଗ୍ୟମ୍ ରୋଗ ଚିହ୍ନଟ ଓ ଯତ୍ନ ଜରିଆରେ ଆରୋଗ୍ୟରୁ ପ୍ରତିଷେଧମୂଳକ ସ୍ୱାସ୍ଥ୍ୟସେବା ଉପରେ ଦୃଷ୍ଟିନିବଧକୁ ରୁପାନ୍ତରିତ ହୋଇଛି । ପୁନେ ମହାନଗର ଓ ଏହାର ଚତୁଃପାଶ୍ୱର୍ରେ ଏବଂ ତଲୋଜା ଗ୍ରାମଗୁଡ଼ିକରେ ଆପଦସଂକୁଳ ଜନସାଧାରଣଙ୍କ ପାଇଁ ଇସାନିଆ ଫାଉଣ୍ଡେସନ ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟସେବା ଯୋଗାଇଦେଇ ୨୧ ହଜାରରୁ ଅଧିକ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନରେ ଉନ୍ନତି ଆଣିଛି । ଡିଏଫ୍ପିସିଏଲ୍ର ତଲୋଜ କାରଖାନା ଯେଉଁଥିପାଇଁ ଅନନ୍ୟ ବିବେଚିତ ହେଉଛି ତାହା ହେଉଛି କାରଖାନା ଚତୁଃପାଶ୍ୱର୍ରେ ଥିବା ପ୍ରଚଳିତ ବ୍ୟବସାୟିକ ପରିବ୍ୟବସ୍ଥାରେ ହସ୍ତକ୍ଷେପ କରି ପାରପାଶ୍ୱର୍ିକ ଜନସାଧାରଣଙ୍କ ପାଇଁ ସମୃଦ୍ଧି ଓ ଅଭିବୃଦ୍ଧିକୁ ଆଗେଇ ନେଉଛି । ଆମର ଚଳିତ ସରକାରଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଉଛି, ତାହା ହେଉଛି ‘ସବ୍କା ସାଥ୍, ସବ୍କା ବିକାଶ’ ହେଲେ ପ୍ରକୃତ ଅଭିବୃଦ୍ଧି ଓ ସମୃଦ୍ଧି ଆସିପାରିବ । ଡିଏଫ୍ପିସିଏଲ୍ ଏହାକୁ ଆଉ ପାଦେ ଆଗେଇ ନେଇ ଏହା ସ୍ଥିର କରିଛି ଯେ ଆମେ ଯେତେବେଳେ ଆଞ୍ଚଳିକ ସମୁଦାୟ ଓ ସହଭାଗିମାନଙ୍କର ଆସ୍ଥା ଭାଜନ ହୋଇପାରିବା ଏବଂ ସେମାନେ ଯେତେବେଳେ ଆମ ଦୂରଦୃଷ୍ଟିକୁ ଆପଣାଇପାରିବେ ସେତେବେଳେ ଅର୍ଥପୂର୍ଣ୍ଣ ସମୃଦ୍ଧି ହାସଲ କରାଯାଇପାରିବ । କାରଖାନାରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀ ଯେଉଁମାନେ କାରଖାନା ଆଖପାଖ ଗ୍ରାମରେ ରହୁଛନ୍ତି ଏବଂ ଉକ୍ତ ଅଞ୍ଚଳର ଠିକାଦାର ଓ ଦୋକାନୀମାନଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କ ପାଇଁ ପଡ଼ୋଶୀ ଗ୍ରାମଗୁଡ଼ିକରେ ଅନେକ କ୍ଷୁଦ୍ର କ୍ଷୁଦ୍ର ବ୍ୟବସାୟ ସଂସ୍ଥା ସ୍ଥାପନ ହୋଇପାରିଛି । ସ୍ଥାନୀୟ ପରିବ୍ୟବସ୍ଥା ଉପାର୍ଜନ ନିମନ୍ତେ ସୁଯୋଗ ସୃଷ୍ଟି କରିବା ସହ କ୍ଷୁଦ୍ର ଉଦ୍ୟୋଗୀଙ୍କ ବିକାଶରେ ସହାୟକ ହୋଇପାରିଛି । ଡିଏଫ୍ପିସିଏଲ୍ ସମ୍ପ୍ରତି ଆଜିପର୍ଯ୍ୟନ୍ତ ସର୍ବବୃହତ ବିବେଚିତ ଟିଏଏନ୍ କାରଖାନା ଗଞ୍ଜାମରେ ସ୍ଥାପନ କରୁଥିବାବେଳେ ଇସାନିଆ ଫାଉଣ୍ଡେସନ କାରଖାନା ସହିତ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସ୍ଥାନୀୟ ଗ୍ରାମବାସୀମାନଙ୍କର ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ହାସଲ ଦିଗରେ ସମର୍ଥନ ଯୋଗାଇଦେବାକୁ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିଛି । ସ୍ଥାନୀୟ ଜନସାଧାରଣଙ୍କୁ ସ୍ମାଟ୍ ଓ ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟସେବା, ଶିକ୍ଷା, ପରିବହନ ଏବଂ ପରିବେଶଗତ ସମାଧାନ ଯୋଗାଣ ଜରିଆରେ ଶଶକ୍ତ କରି ସାମଗ୍ରିକ ଗ୍ରାମାଞ୍ଚଳ ବିକାଶକୁ ଆଗେଇ ନେବା ନିମନ୍ତେ ବିଭିନ୍ନ ସିଏସ୍ଆର୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଏହି ସିଏସ୍ଆର୍ କାର୍ଯ୍ୟକଳାପଗୁଡ଼ିକ ଉକ୍ତ ଅଞ୍ଚଳରେ ୫ହଜାରରୁ ଅଧିକ ଗ୍ରାମବାସୀଙ୍କ ଜୀବନକୁ ସକରାତ୍ମକ ଭାବେ ପ୍ରଭାବିତ କରିବା ସହ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତାବସ୍ଥାରେ ଉନ୍ନତି ଆଣି ସେମାନଙ୍କ ଜୀବିକା ଉପାର୍ଜନକୁ ଉନ୍ନତ କରିବା ଆଶା ରଖୁଛି । ଇସାନିଆ ଫାଉଣ୍ଡେସନ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ସ୍ୱାସ୍ଥ୍ୟ ଓ ଗୋସମ୍ପଦ ଯତ୍ନ ଯୋଗାଇଦେବା ଏବଂ ଗୋଷ୍ଠୀ ଡାକ୍ତରଖାନା, ଲାଇବ୍ରେରୀ ଏବଂ ସରକାରୀ ସ୍କୁଲଗୁଡ଼ିକୁ ଫାଉଣ୍ଡେସନର ଜ୍ଞାନ ଓ ଅନୁଭୂତି ଗ୍ରାମାଞ୍ଚଳ ଜନସାଧାରଣଙ୍କ ଜରିଆରେ ଯୋଗାଇଦେଇ ସମୁଦାୟ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଚାହିୁଁଛି । ଫାଉଣ୍ଡେସନ କୁଶଳତା ବିକାଶ କାର୍ଯ୍ୟକ୍ରମ ପ୍ରଚଳନ ନିମନ୍ତେ ଯୋଜନା କରିଛି । ଯେଉଁ ପୂର୍ଣ୍ଣାଙ୍ଗ କୁଶଳତା ବିକାଶ କାର୍ଯ୍ୟକ୍ରମ ଜରିଆରେ ଗ୍ରାମର ଯୁବବର୍ଗ ସେମାନଙ୍କ ନିଯୁକ୍ତି କ୍ଷମତାରେ ଉନ୍ନତି ଆଣିବା ଏବଂ ସେମାନଙ୍କ ପସନ୍ଦଯୋଗ୍ୟ କ୍ଷେତ୍ରରେ ସ୍ଥାୟୀ ବ୍ୟବସାୟ କାର୍ଯ୍ୟକ୍ରମ ପରିଚାଳନା ଦିଗରେ ସହାୟତା କରିବ । ଏଥିସହିତ ଉକ୍ତ ଅଞ୍ଚଳର ଯୋଗ୍ୟତାପ୍ରାପ୍ତ ଇଂଞ୍ଜିନିୟର / ଡିପ୍ଲୋମାଧାରୀଙ୍କୁ ଆପ୍ରେନ୍ଟାଇସ୍ କାର୍ଯ୍ୟକ୍ରମ ନିମନ୍ତେ ମନୋନୀତ କରାଯିବ ଏବଂ ସେମାନଙ୍କୁ ଡିଏଫ୍ପିସିଏଲ୍ର ମୁମ୍ବାଇସ୍ଥିତ କେନ୍ଦ୍ରରେ ତାଲିମ ଦିଆଯିବ । ସଫଳତାର ସହ ଆପ୍ରେନ୍ଟାଇସ୍ ତାଲିମ୍ ଶେଷ କରିଥିବା ବ୍ୟକ୍ତିଙ୍କୁ ଗୋପାଳପୁର କାରଖାନାରେ କର୍ମଚାରୀଭାବେ ନିଯୁକ୍ତି ଦିଆଯିବ । ଏଥିସହ ଡିଏଫ୍ପିସିଏଲ୍ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ହାସଲ ନିମନ୍ତେ ଉତ୍ସାହିତ କରିବାକୁ ବୃତ୍ତି ପ୍ରଚଳନ କରିବ । ଶ୍ରୀ ଶୈଲେସ୍ ମେହେତା, ସିଏମ୍ଡି ଡିଏଫ୍ପିସିଏଲ୍ ଦୃଢ଼ତାର ସହିତ କହିଛନ୍ତି ଯେ, ‘ଆମେ ସମାବେଶୀ ଅଭିବୃଦ୍ଧି ମଡେଲ୍ରେ ପୂର୍ଣ୍ଣ ବିଶ୍ୱାସ ରଖୁଛୁ । ଆମ କାରଖାନା ଚାରିପଟେ ବାସ କରୁଥିବା ଜନସାଧାରଣଙ୍କ ମୁହଁରେ ହସ ଦେଖି ଯେଉଁ ଆନନ୍ଦ ଆମେ ଅନୁଭବ କରୁଛୁ ତାହା ଅନ୍ୟ କୌଣସିରୁ ମିଳିବ ନାହିଁ । ଡିଏଫ୍ପିସିଏଲ୍ରେ ଆମର ଚିରନ୍ତନ ମନ୍ତ୍ର ହେଉଛି ଆସ ଏବଂ ଆମ ସହ ଅଭିବୃଦ୍ଧି ହାସଲ କର, ଏହା ନିରନ୍ତର ଜାରି ରହିବ ।’ Categories: ଓଡ଼ିଶା, ମହାନଗର, ହୋମ୍ Related Content ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana August 19, 2026 ନିଶାମୁକ୍ତ ସମାଜ ଗଠନ ପାଇଁ ଆଜି ରାଜ୍ୟର ସାମୁହିକ ଶପଥ ପାଠ by Proprietor Abhimanyu Maharana August 19, 2026 ଜିଲ୍ଲା ପ୍ରଶାସନ ଙ୍କ ସମେତ ବହୁ ବିଧାୟକ ଙ୍କ ଖଣ୍ଡପଡ଼ା ସୁନାମୁହିଁ ଡ୍ୟାମ ପରିଦର୍ଶନ by Proprietor Abhimanyu Maharana August 19, 2026 Rashtriya Prabasi Odia Paribar hosts Health Camp by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026 ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଦ୍ୱାରା ସ୍ୱାସ୍ଥ୍ୟ ଶିବିର ଆୟୋଜନ by Proprietor Abhimanyu Maharana August 19, 2026