Home ଓଡ଼ିଶା “ଭାରତ ପର୍ବ -୨୦୨୩”ର ଉଦଯାପନୀ ସମାରୋହ”ରେ କେନ୍ଦ୍ରମନ୍ତ୍ରୀ : ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ – ଧର୍ମେନ୍ଦ୍ର ପ୍ରଧାନ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp • ସଂସଦରେ ଭାରତର ସାଂସ୍କୃତିକ ଐତିହ୍ୟକୁ ନିଜ ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ • ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି • ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ • ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ଦେଲେ ପରାମର୍ଶ ୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଦିଲ୍ଲୀ/ଭୁବନେଶ୍ୱର :– ପର୍ଯ୍ୟଟନ କେବଳ ମନୋରଞ୍ଜନ, ସଂସ୍କୃତି ଏବଂ ଐତିହ୍ୟକୁ ଜାଣିବାର ବିଷୟ ନୁହେଁ ବରଂ ପର୍ଯ୍ୟଟନ ଏକ ଅର୍ଥନୈତିକ ପ୍ରସଙ୍ଗ । ପର୍ଯ୍ୟଟନ ମାଧ୍ୟମରେ ଆମ ଦେଶର ଆର୍ଥିକ ଶକ୍ତି ଆହୁରି ମଜଭୂତ୍ ହେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଐତିହାସିକ ଲାଲକିଲ୍ଲାର ପ୍ରାଙ୍ଗଣରେ ‘ଭାରତ ପର୍ବ ୨୦୨୩’ର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ପର୍ବ ଲୋକଙ୍କ ଉତ୍ସାହ ଓ ଦେଶ ପ୍ରତି ଲୋକଙ୍କର ଥିବା ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି । ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନକୁ ଉଲ୍ଲେଖ କରିବାକୁ ଯାଇ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସଂସଦରେ ଅନେକ ବିଷୟରେ ନିଜ ଅଭିଭାଷଣରେ ପ୍ରଦାନ କରିଛନ୍ତି । ଦେଶରେ ରାମ ମନ୍ଦିର ନିର୍ମାଣ ହେଉଛି, କାଶୀ ବିଶ୍ୱନାଥ କୋରିଡର ହୋଇଛି, ମହାକାଳଲୋକ ନୂଆ ରୂପ ନେଇଛି । ଦେଶର ଅନେକ ପ୍ରାନ୍ତରେ ଐତିହ୍ୟ କ୍ଷେତ୍ରରେ ନୂଆ ରୂପ ଆସିଛି । କରୋନାର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ସାଧାରଣ ନାଗରିକମାନେ ଏହି ପର୍ଯ୍ୟଟନ ସୁବିଧାର ଆନନ୍ଦ ନେଉଛନ୍ତି । ଭାରତର ସାଂସ୍କୃତିକ ଐତିହ୍ୟକୁ ଆଜି ଅଭିଭାଷଣରେ ଉଲ୍ଲେଖ କରି ଦେଶର ଗୌରବ ବଢାଇଥିବାରୁ ରାଷ୍ଟ୍ରପତିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଭାରତ ପର୍ବର ସଫଳତା ପାଇଁ ପର୍ଯ୍ୟଟନ ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଭାରତ ପର୍ବରେ ବିକ୍ରି ହେଉଥିବା ସ୍ୱଦେଶୀ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଲୋକମାନେ ଆମର ସ୍ୱଦେଶୀ ସାମଗ୍ରୀ କିଣିଲେ ଭାରତର କଳା ବଞ୍ଚିବ ଓ ଗରିବ ଘରେ ସମ୍ପନ୍ନତା ପହଞ୍ଚିବ । ଭାରତର କୁଶଳୀ କାରିଗରୀ, ବୁଣାକାର ମଧ୍ୟ ଆମ ଅର୍ଥନୀତିର ଆଉ ଏକ ମେରୁଦଣ୍ଡ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦେଶକୁ ନୂଆ ରୂପ ଓ ଆର୍ଥିକ ଶକ୍ତି ବନାଇବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026