ବାଲେଶ୍ୱର ଅଟୋରିକ୍ସା କମିଟି ସରକାରୀ ସହାୟତା ପାଇଁ ବାରମ୍ବାର ଦାବି

ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ବାଲେଶ୍ୱର :- କରୋନା ଓ ଲକ୍ଡାଉନ ପାଇଁ ଅଟୋ ଉପରେ ନିର୍ଭର କରି ବଂଚୁଥିବା ୮ ଶହରୁ ଅଧିକ ଅଟୋଚାଳକ ଏବେ ହାତ ଟେକି ବସିଛନ୍ତି । ଋଣ କରି ଅଟୋ କିଣିଥିବା ଲୋକମାନେ ବତ୍ତମାନ କିସ୍ତି ଦେବାରେ ଅସୁବିଧା ଭୋଗୁଛନ୍ତି । ଅଟୋହିଁ ଏକମାତ୍ର ରୋଜଗାର ପନ୍ଥା ହୋଇଥିବା ବେଳେ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟସାଧ ହୋଇପଡିଛି ।

ବାଲେଶ୍ୱର ଅଟୋରିକ୍ସା କମିଟି ସରକାରୀ ସହାୟତା ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ ଅଟୋ ଚାଳକମାନେ ଏବେ ହତାଶ ହୋଇଯାଇଛନ୍ତି । ଏଥିପାଇଁ ତୁରନ୍ତ ସରକାରୀ ସହାୟତା ,ନିୟମିତ ସ୍ୱ।ସ୍ଥ ପରୀକ୍ଷା ,ଋଣ କିସ୍ତିରେ ରିହାତି ଆଦି ଦାବିନେଇ ବାଲେଶ୍ୱର ଅଟୋରିକ୍ସା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାୟ୍ଯଳୟ ଆଗରେ ଧାରଣା ଦିଆଯାଇଥିଲା । ଅଟୋ ଚାଳକମାନେ ରୋଜଗାର ହରାଇଥିବାରୁ ସରକାରଙ ଘୋଷଣା ଅନୁସାରେ ସେମାନଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି । (ରିପୋର୍ଟ :- ଦୀପ୍ତିମାନ୍ ପତି /ବାଲେଶ୍ୱର )

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version