
୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀ ମଙ୍ଗଳବାର ଆର,ଉଦୟଗିରି ବ୍ଲକର ବିଭିନ୍ନ ହାଇସ୍କୁଲ ପରିଦର୍ଶନ କହିଥିଲେ । ବ୍ଳକର ଟିକାମଲ, ପୁରୁଣାପାଣି, ମଙ୍ଗରାଜପୁର ହାଇସ୍କୁଲ, ଓ ମଙ୍ଗଳବିଭାଗ ଦ୍ବାରା ପରିଚାଳିତ ରାମଗିରି ଓ ସିଆଲିଳଟି ର ଏସ୍ ଏସଡି ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ବିଡିଓ ଲରିମନ ଖର୍ସେଲ , ସହକାରୀ ନିର୍ବାହୀଯନ୍ତୀ ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ଓ ସେହି ପଞ୍ଚାୟତର କନିଷ୍ଠ ଯନ୍ତୀ ପ୍ରମୁଖ ତାଙ୍କୁ ସହଯୋଗ କରିଥିଲେ । ଶ୍ରୀ ଖମାରୀ ବ୍ଳକରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସହ ୫ଟି ହାଇସ୍କୁଲର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କହିଥିଲେ ।

