ବିଚାର ବିଭାଗୀୟ ଜେଲ୍‌କୁ ଗଲା ବ୍ୟାଙ୍କ୍‌ ଲୁଟେରା : ଅଦାଲତରେ ଯାମିନ୍‌ନାମଞ୍ଜୁର୍‌

୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲେଶ୍ୱର,ନୀଳଗିରି :- ଧରାପଡ଼ିଲା ନୀଳଗିରି ବରମପୁର ଷ୍ଟେଟ୍‌ ବ୍ୟାଙ୍କ୍‌ ଲୁଟେରା । ଗିରଫ ହୋଇ ରିମାଣ୍ଡରେ ଆସିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଏପରି ଘଟଣା ନୀଳଗିରିରେ ହୋଇଛି । ଅଭିଯୁକ୍ତର ପରିଚୟ ଆଶିଷ କୁମାର ମଲ୍ଲିକ । ସେ ଖଇରା ଥାନା ଅନ୍ତର୍ଗତ ବାଲିତିରଣ ଅଞ୍ଚଳର ବାସିନ୍ଦା। ଆଶିଷ ଏହି ବ୍ୟାଙ୍କ୍‌ ଲୁଟ୍‌ ଅପରାଧର ମୁଖ୍ୟ ଅଭିଯୁକ୍ତ । ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ଅଭିଯୁକ୍ତଙ୍କୁ ସୋର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଶିଷକୁ ପୋଲିସ ରିମାଣ୍ଡରେ ଆଣିଥିଲା ।ପଚରାଉଚୁରା ଏ ତଦନ୍ତ ପରେ ବରମପୁର ପୋଲିସ ଅଭିଯୁକ୍ତକୁ ଅଦାଲତ ଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଆଶିଷକୁ ବିଚାର ବିଭାଗୀୟ କାରାଗାରକୁ ପଠାଯାଇଛି । ସୂଚନାଥାଉକି, ଶେରଗଡ଼-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଜାମୁନା ପାଖରେ ଥିବା ଗତ ଜାନୁଆରୀ ୫ରେ କିଓସ୍କୋ ଷ୍ଟେଟବ୍ୟାଙ୍କରେ ୫ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଲୁଟ କରି ଫେରାର ଥିଲେ । ଏନେଇ ଚନ୍ଦନ କୁମାର ସାହୁ ବ୍ରହ୍ମପୁର ଥାନାରେ ଅଭିଯୋଗ କରିଥିଲେ । ପରେ ବରମପୁର ପୋଲିସ ତଦନ୍ତରେ ଶିଥିଳତା ଦେଖାଯାଇଥିଲା । ଅନ୍ୟପଟେ ସୋର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୩ ଜଣ ଅଭିଯୁକ୍ତ ବ୍ୟାଙ୍କ୍‌ ଲୁଟରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ।

Exit mobile version