Home ଓଡ଼ିଶା ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଗଛରେ ଝୁଲନ୍ତା ମହିଳାଙ୍କର ମୃତ ଦେହ ଉଦ୍ଧାର by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୧ ଫେବୃଆରୀ ବୁଧବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ସୋର :- ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର । ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ଏସ୍ଡିପିଓ ଏବଂ ଆଇଆଇସିର ଛାନଭିନ ଚଳାଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ ଶିଅଳ ସ୍ତ୍ରୀ ଜୟନ୍ତୀ ଶିଅଲ ଘର ଠାରୁ ଦୁଇ କିଲୋମିଟର ଦୂର ବିଲକୁ ଜାଲେଣି କାଠ ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ । ଜୟନ୍ତୀଙ୍କର ପୁଅ ମାକୁ ଖୋଜି ସେହିସ୍ଥାନକୁ ଯାଇଥିବା ବେଳେ ମା ଜୟନ୍ତୀଙ୍କର ଅର୍ଦ୍ଧଲଗ୍ନ ଅବସ୍ଥାରେ ଏକ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ସୋର ଥାନାକୁ ଖବର ଦେଇଥିଲେ । ଖବର ପାଇ ସଦର ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରା, ସୋର ଆଇଆଇସି ସୁଜାତା ଖମାରୀ ପହଞ୍ଚି ମୃତ ଦେହ ଜବତ କରି ଛାନଭିନ ଆରମ୍ଭ କରିଛନ୍ତି । ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ। ମୃତ ଜୟନ୍ତୀଙ୍କର ପୁଅ ଘଟଣା ସ୍ଥଳରେ ପହଁଚିବା ପରେ ଜଣେ ଲୋକ ମୁହଁରେ ଗାମୁଚା ପକାଇ ଦୌଡ଼ି ପଳାଇ ଯାଇଥିବା ନେଇ ଷଷ୍ଟ ଶ୍ରେଣୀ ପୁଅ ପ୍ରକାଶ କରିଛନ୍ତି . Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026