୫୧ ଜଣ ଛାତ୍ରଛାତ୍ରୀଙ୍କ ସାମୁହିକ ଜନ୍ମ ଦିବସ ପାଳନ

୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ.ଭାଲିଆସାହିଠାରେ ସାମୂହିକଭାବେ ଜନ୍ମଦିବସ ପାଳିତ ହୋଇଯାଇଛି l ପ୍ରତିମାସ ପରି ଚଳିତ ମାସରେ ପଡ଼ିଥିବା 19 ଜଣ ପୁଅ, 30 ଜଣ ଝିଅ ଏବଂ 2 ଜଣ ଶିକ୍ଷକଶିକ୍ଷୟତ୍ରୀ ଯଥା ସୁଶାନ୍ତ ସାହୁ ଏବଂ ପ୍ରଜ୍ଞାଦୀପ୍ତା ପାଇକ ମୋଟ 51 ଜଣଙ୍କର ଜନ୍ମଦିବସ ବେଶ ଧୂମଧାମରେ ପାଳନ କରାଯାଇଛି l ଗରିବ ଆଦିବାସୀ ନିରୀହ ପିଲାମାନଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନଙ୍କର ପୂର୍ଣ୍ଣ ସହଯୋଗର ଏହି ଦିବସଟି ପାଳନ କରାଯାଇଛି l ଉକ୍ତ ଦିବସ ପାଳନର ଉଦ୍ଧେଶ୍ୟ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ବିଦ୍ୟାଳୟ ଅଭିମୁଖେ କରାଇବା ଏବଂ ଛାତ୍ରାବାସରେ ରହି ପାଠ ପଢ଼ୁଥିବା ପିଲାମାନଙ୍କ ମନରେ ଆନନ୍ଦ ଭରିବା l ଏହି ଦିବସଟିକୁ,ଶିକ୍ଷକଶିକ୍ଷୟତ୍ରୀ ଅଭିଭାବକ-ଅଭିଭାବିକା ଏବଂ ଛାତ୍ରଛାତ୍ରୀମାନଙ୍କର ଉପସ୍ଥିତିରେ ଆନନ୍ଦର ସହିତ ପାଳନ କରାଯାଇଛି l ଏହି ଅବସରରେ ପିଲାମାନଙ୍କ ପାଇଁ ଚକଲେଟ, ବିସ୍କୁଟ, ମିଠେଇ ଏବଂ ଖିରିର ମଧ୍ୟ ଆୟୋଜନ କରାଯାଇଥଲା l ଲକ୍ଷ୍ୟ କରାଯାଇଛି ଯେ, ଏହି ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ମନ ମଧ୍ୟରୁ ଭେଦଭାବକୁ ଭୁଲିଯାଇ ଆନନ୍ଦର ସହ ବେଶ ମଜା ନେଇଛନ୍ତି l

Exit mobile version