୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ପିଲାଙ୍କୁ ମିଳୁନି ପାଠ୍ୟପୁସ୍ତକ ଗଜପତିରୁ ଆଣି ଗଞ୍ଜାମରେ କବାଡ଼ିଖାନାରେ ବିକ୍ରି କେନ୍ଦ୍ର ଏବଂ ରାଜ୍ୟସରକାର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ପ୍ରଚାର ପ୍ରସାର ସଚେତନତା କରିବା ସହ କୋଟି କୋଟି ଟଙ୍କା ବ୍ୟୟ କରି ସମାଜର ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ ସେମାନଙ୍କର ପାଠ ପଢିବା ଖାଇବା ରହିବା ପୋଷାକ ପାଠ୍ୟପୁସ୍ତକ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବା ବେଳେ ସରକାରଙ୍କ ଏଭଳି ଯୋଜନା ସମୁଦ୍ରକୁ ଶଙ୍ଖେ ପାଣି ଭୋଳୀ ଦେଖିବାକୁ ମିଳିଛି । ପିଲାଙ୍କୁ ପଢିବାକୁ ପାଠ୍ୟ ପୁସ୍ତକ ଦେବା ବଦଳରେ କବାଡ଼ିଖାନାରେ ବିକ୍ରି ହେଉଛି।
ଖବର ପ୍ରକାରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଳକ ଅନ୍ତର୍ଗତ ସିଆଳିଲଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବା କନ୍ୟାଶ୍ରମ ର ପାଠ୍ୟ ପୁସ୍ତକ ଓ ପ୍ରଶ୍ନ ଉତ୍ତର ଖାତା କୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଥିବା ଏକ କବାଡିଖାନାରେ ବସ୍ତା ବସ୍ତା ହଜାର ହଜାର କେଜି ବହି ଓ ପ୍ରଶ୍ନ ଉତ୍ତର ପେପର ବିକ୍ରୀ କରିଥିବା ଦେଖିବାକୁ ମିଳିଛି। ବାଡ଼ ଯଦି ଫସଲ ଖାଏ କହିବା କାହାକୁ । ଏ ନେଇ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାଇକ ଙ୍କୁ ପଚାରିବାରୁ ସେ କହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହି ଆର୍ ଉଦୟଗିରୀ ବ୍ଲକ ଗୋଷ୍ଟି ଶିକ୍ଷାଧିକାରୀ ଦେବଦାସ ତମାରପୁ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏ ନେଇ ବ୍ଲକ ଶିକ୍ଷାଧିକାରୀ ଦେବଦାସ ତମାରାପୁଙ୍କୁ ପଚାରିବାରୁ ସେ କହିଲେ ଆବାସିକ ବିଦ୍ୟାଳୟ ର ତଥାପି ତଦନ୍ତ ପାଇଁ ପଠାଇଥିଲେ ଆଉ ପ୍ରଧାନ ଶିକ୍ଷକ ଆମର ନାହିଁ ବୋଲି ଲିଖିତ ଦେଉଛନ୍ତି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଙ୍କ ସହ ଯୋଗାଯୋଗ । କରିବା ପାଇଁ କହିଥିଲେ। ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥଙ୍କ ସହ ଯୋଗାଯୋଗ କରିବା ରୁ ସେ କହିଲେ ବ୍ଲକ ମଙ୍ଗଳ ଅଧିକାରି ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତଦନ୍ତ ପରେ ସତ୍ୟାସତ୍ୟ ଜାଣିବା ପରେ । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନେଇ ଆର,ଉଦୟଗିରି ଏବିଓ ଯୁଧିଷ୍ଠିର ବେହେରାଙ୍କ ସହ ଯୋଗଯୋଗ କରିବାରୁ ସେ କହିଥିଲେ ଏହି ଜିଲ୍ଲା ଶିକ୍ଷା ଅଧିକାରୀ ଠାରୁ ତଦନ୍ତ ପାଇଁ ଆସିବାପରେ ମଙ୍ଗଳବାର ଶିଆଳିଲଟି ବିଦ୍ୟାଳୟକୁ ଯାଇ ତଦନ୍ତ କରିବାରୁ ଜଣାପଡିଛି ଯେ ବିଦ୍ୟାଳୟ ଲାଇବେରି ଯେତି ବହି ଯୋଗାଯାଇଥିଲା ସେହି ସବୁ ବହି ଠିକ୍ ଅଛି ।
