ମାଁ ଶ୍ୟାମାକାଳୀ ମନ୍ଦିର ପ୍ରତିଷ୍ଠା ଦିବସ

୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ :- ମାଁ ଶ୍ୟାମକାଳି ମନ୍ଦିର ର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି । ସକାଳେ ମନ୍ଦିର‍ରେ ପ୍ରଥମେ ସୁର୍ୟ୍ୟ ପୁଜା, ସିଂହଦ୍ୱାର ପୁଜା,ବାଟମଙ୍ଗଳା ପୁଜା ଶନି ପୁଜା ,ଦ୍ୱାରପାଳ ପୁଜା ପରେ ମା ଶ୍ୟାମାକାଳୀଙ୍କର ମହା ସ୍ନାନ, ଚୌଷଠୀ ଉପଚାର ପୁଜା , ଦଶ ମହାବିଦ୍ୟା ପୁଜା ,ପାର୍ଶ୍ୱ ଦେବତା ପୁଜା ପରେ ବାବା ଶ୍ୟାମେଶ୍ୱରଙ୍କ ପୁଜା ଓ ଦର୍ଶନ ,ହନୁମାନ ମନ୍ଦିର‍ରେ ହନୁମାନ ଚଳିଶା ପଠନ ,ଜଗନ୍ନାଥ ମନ୍ଦିର‍ରେ ଜଗନ୍ନାଥଙ୍କ ପୁଜା ଓ ଜଗନ୍ନାଥାଷ୍ଟକମ୍ ପଠନ ପରେ ଚଣ୍ଡି ହବନ, ଆରତ୍ରୀ, ପୁଷ୍ପାଞ୍ଜଳୀ , ପୁର୍ଣାହୁତି ହୋଇ ଆଶିର୍ବାଦ ପ୍ରଦାନ କରା ଯାଇଥିଲା । ଏଥିରେ ମାଁ ଶ୍ୟାମା କାଳୀ ମନ୍ଦିର‍ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପୂଜା କାର୍ଯ୍ୟ ପଣ୍ଡିତ ନରସିଂହ ଶତପଥି ,ପଣ୍ଧିତ ନରେଶ ମିଶ୍ର,ପଣ୍ଡିତ ଅନ‍ନ୍ତ ଶତପଥି , ପଣ୍ଡିତ ସୁମନ୍ତ ଷଡ଼ଙ୍ଗୀ ,ପଣ୍ଡିତ ଆନ‍ନ୍ଦ ଷଡ଼ଙ୍ଗୀ ,ପଣ୍ଡିତ ସତ୍ୟାନ‍ନ୍ଦ ଶତପଥୀ ଓ ପଣ୍ଧିତ ହରିରାମ ପଣ୍ଡା ତୁଳାଇ ଥିବା ବେଲେ କର୍ତା ଦାୟିତ୍ୱ ତୋଶବନ୍ତ ଦାଶ ସ‍ସ୍ତ୍ରୀକ ତୁଳାଇ ଥିଲେ ।

Exit mobile version