୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ ,ତାରିଖ :- ଖୋର୍ଦ୍ଧାଜିଲ୍ଲା ନାଚୁଣି ଥାନାଅନ୍ତର୍ଗତ ସାନ ନଇରି ଗ୍ରାମର ମାନିଆ ବେହେରାର ମୃତଦେହ ଚଳିତ ମାସ ଅଠେଇଶ ତାରିଖ ସାନନଈରି ନିକଟ ହନୁମାନ ମାଛପେଣ୍ଠସ୍ଥଳରୁ ନାଚୁଣି ପୋଲିସ ଉଦ୍ଧାରକରିଥିଲେ । ଏସମ୍ପର୍କରେ ନାଚୁଣି ଥାନାରେ ପରିବାର ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିଲା।ଯାହା ତଦନ୍ତ ପରିସରଭୁକ୍ତ ଅଛି । ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଥିଲା । 
ମୃତ ମାନିଆର ପାଞ୍ଚ ପ୍ରାଣୀକୁ ନେଇ ଏକ ଦୁଃଖୀ ଓ ଗରିବ ପରିବାର ହୋଇଥିବା ବେଳେ ମାତ୍ର ଚାଳିଶ ବର୍ଷ ବୟସରେ ମାନିଆ ଆରପାରିକୁ ଚାଲିଗଲେ l ସେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଥିଲେ । ମାନିଆ ଚାଲିଗଲା ପରେ ପରିବାରର ପ୍ରତିପୋଷଣ ଚିନ୍ତାରବିଷୟ ହୋଇପଡିଛି । ଏହି ଖବରଶୁଣି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କାଙ୍କଣ ଶିଖରୀର ସଭାପତି ଡକ୍ଟର ସୁଶାନ୍ତ କୁମାର ସାହୁ ଓ ସମ୍ପlଦକ ପ୍ରଦୋଷ କୁମାର ଦାସ ଓ ଟ୍ରଷ୍ଟର ଅନ୍ୟ ସଭ୍ୟଙ୍କ ତରଫରୁ ମୃତ ମାନିଆ ବେହେରାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେବା ସହ ମାନିଆର ଆତ୍ମାର ସଦ୍ଗତି କାମନା କରିଛନ୍ତି ଏବଂ ଗଣମାଧ୍ୟମ ମାଧ୍ୟମରେ କୌଣସି ସହୃଦୟବ୍ୟକ୍ତି କିମ୍ବା କୌଣସି ଅନୁଷ୍ଠାନ ମାନିଆ ପରିବାରକୁ ସାହାଯ୍ୟ କରିବାପାଇଁ ଅନୁରୋଧ କରିଛନ୍ତି ।

