୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ବାଲିଆ ଗ୍ରାମର ବିଭିନ୍ନ ମନ୍ଦିରରୁ ଚୋର ବୁଲାଇଛି କଳା କନା l ସୋମବାର ରାତିରେ ସିରିଜ ଚୋରି ହୋଇଛି । ବାଲୁଙ୍କେଶ୍ୱର,ଗାଦିଶ୍ୱର,ବୃନ୍ଦାବନଚନ୍ଦ୍ର ଦେବ,ପାର୍ବତୀ ମନ୍ଦିର ଓ ମା ମଙ୍ଗଳା ମନ୍ଦିରରୁ ହାର,କିରଟି,କୁଣ୍ଡଳ, ତ୍ରିଶୁଳ, ରୂପା ଓ ସୁନାର ବିଭିନ୍ନ ଅଳଙ୍କାର କୌଣସି ଦୁବୁର୍ତ୍ତ ଚୋରି କରି ଛୁ ମାରିଛି ।
ସବୁଦିନ ପରି ମନ୍ଦିରର ପୂଜାରୀ ପୂଜାକରି କବାଟ ବନ୍ଦକରି ଯାଇଥିଲେ । ସକାଳୁ ପୂଜା କରିବାପାଇଁ ଆସିଥିବାବେଳେ ଦେଖିଲେ ସବୁ ମନ୍ଦିରର ତାଲା ଭାଙ୍ଗି ତଳେ ପଡିଛି ଏବଂ ସବୁ ଅଳଙ୍କାର ଚୋରି ହୋଇଯାଇଛି । ଏ ସମ୍ପର୍କରେ ପୂଜାରୀ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ଏହି ଖବର ଶୁଣିବା ପରେ ଗ୍ରାମବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି l ପରିଚାଳନା କମିଟି ତରଫରୁ ନାଚୁଣି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ଏବଂ ନାଚୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି ।

