ବାଲୁଗାଁ ଏନଏନଏସ : ପାଲ୍ଲା ଗାୟକ ରତ୍ନ ଲୋକନାଥ କରଙ୍କର ଜୟନ୍ତୀ

୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ/ଖୋର୍ଦ୍ଧା ଜିଲ୍ଲା :- ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମ ପଞ୍ଚାୟତରେ ପାଲ୍ଲା ଗାୟକ ରତ୍ନ ଲୋକନାଥ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନାଦି ବାବା ଯୋଗଦେଇ ଲୋକନାଥ କରଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ l କରଙ୍କ ଦ୍ୱାରା ସମସ୍ତ ଲେଖାକୁ ଉଚ୍ଚ କୋଟିର ଲେଖା ବୋଲି କହିବାସହ ସମାଜରେ କିପରି ଶାନ୍ତି ପ୍ରତିଷ୍ଠା ହେବା ସହିତ ଅନ୍ଧବିଶ୍ୱାସ, କୁସଂସ୍କାର କିପରି ଦୂରୀଭୂତ କରାଯିବ ସତସଙ୍ଗ ମାଧ୍ୟମରେ ବାର୍ତା ଦେଇଥିଲେ l ସୁସ୍ଥ ସମାଜ ଗଠନ କରିବାକୁ ହେଲେ ପ୍ରଥମେ ନିଜ ଭିତରେ ପରିବର୍ତ୍ତନ ଏବଂ ସଂସ୍କାର ଆଣିବାକୁ ଅନାଦି ପରାମର୍ଶ ଦେଇଥିଲେ l ଆଉ ମଧ୍ୟ୍ୟ କହିଥିଲେ କି ସମସ୍ତେ ନିଜ ନିଜ ଭିତରେ ଉପୁଜୁଥିବା ଅଶାନ୍ତି ଯଥା କଳି କୁ ଆପୋଷ ବୁଝାମଣା ରେ ସମାଧାନ କରନ୍ତୁ କାରଣ “କେହି କାହାକୁ ବୁଝାଇବା କାହାର ନାହିଁ ଶକତି, ଆପେ ବୁଝି ଗଲେ ତୁଟି ଯାଏ ତା ଭ୍ରାନ୍ତି ” ବୋଲି ଅନାଦି କହିଥିଲେ lଅନାଦି ଙ୍କ ସମାଜ ଶୃଙ୍ଖଳା ଏବଂ ଶାନ୍ତି ପ୍ରତିଷ୍ଠା ର ଏହି ପ୍ରୟାସ କୁ ଅଞ୍ଚଳ ର ଜ୍ଞାନୀ ଗୁଣି ପଣ୍ଡିତ ଏବଂ ସାଧାରଣ ବର୍ଗ ର ବ୍ୟକ୍ତିବିଶେଷ ସ୍ୱାଗତ ଜଣାଇଛନ୍ତି ଏବଂ ଅନାଦି ଙ୍କ ବିଚାର ଏବଂ ଲକ୍ଷ୍ୟ ସହିତ ଜଡିତ ହେବାକୁ ଆହ୍ୱାନ ଦେଇଛନ୍ତି l ବାବାଙ୍କର ପରାମର୍ଶ ଓ ଆଦର୍ଶକୁ ଅଞ୍ଚଳବାସୀ ଭୂଇୟଂସୀ ପ୍ରଶଂସା କରିଛନ୍ତି l ଏଥିରେ ଅଞ୍ଚଳର ବାବାଙ୍କ ଭକ୍ତ ସହ ବହୁ ଜ୍ଞାନୀ,ଗୁଣି ବ୍ୟକ୍ତି ମାନେ ଯୋଗ ଦେଇଥିଲେ l

Exit mobile version