ନୂଆଗାଁ ପଞ୍ଚାୟତ ସମିତି ର ତୃତୀୟ ସାଧାରଣ ଅଧିବେଶନ

୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ତୃତୀୟ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଚି ।ଉକ୍ତ ବୈଠକରେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନୂଆଗାଁ ପଞ୍ଚାୟତ ସମିତି ଅଧକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧକ୍ଷ ପର୍ଶୁରାମ ସ୍ୱାଇଁ ,

ଜିଲ୍ଲାପରିଷଦ ସଦସ୍ୟା ପ୍ରତିମା ଦଳବେହେରା ଓ ଜସ୍ମିନି ଦାସ, ନୂଆଗାଁ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରମୋଦ ନାୟକ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାମଲ ପ୍ରମୁଖ ଯୋଗଦେଇ ଥିବା ବେଳେ ସମସ୍ତ ଲାଇନ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଗୃହ, ପାନୀୟ ଜଳ, ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Exit mobile version