Home ଓଡ଼ିଶା ୩୯ ତମ ଜାତୀୟ ଜୁନିଅର ଟାଇକୋଣ୍ଡୋ ଚମ୍ପିୟାନସିପ୍ ରେ ଏ.କେ.ବିଦ୍ୟାମନ୍ଦିର ଟାଇକୋଣ୍ଡୋ ଏକାଡେମିର ଦୁଇ ପ୍ରତିଯୋଗୀ ଙ୍କ ଚିତାକର୍ଷକ ପ୍ରଦର୍ଶନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ସଦର :- ୪୨ ମୌଜା ଥାନା, ୩୯ ତମ ଜାତୀୟ ସ୍ତରୀୟ ଜୁନିଅର କ୍ୟୁରେଗି ଓ ୧୨ ତମ ଜାତୀୟ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ ୨୭ ରୁ ୨୯ ତାରିଖରେ ଉତ୍ତର ପ୍ରଦେଶ ବରେଲି ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଓଡ଼ିଶା ତରଫରୁ ୩୧ ଜଣ ଅଂଶ ଗ୍ରହଣ କରିଥିଲେ । କଟକ ଜିଲ୍ଲାରୁ ଆଠ ଛାତ୍ର ଛାତ୍ରୀ ବଛା ଯାଇଥିବାବେକେ AKV ଟାଇକୋଣ୍ଡୋ କ୍ଲବ ତରଫରୁ ଆଲୋକ ଚୌଧୁରୀଙ୍କ ତତ୍ୱାବଧାନରେ କୋଚ ଆର୍ଯ୍ୟନ ଚୌଧୁରୀଙ୍କ ଦ୍ୱାରା ତାଲିମ ପ୍ରାପ୍ତ ଜଗବନ୍ଧୁ, ସ୍ୱପ୍ନା ଓ ସାଇଶୁମାନ ୩ ଜଣ ଭାଗ ନେଇଥିଲେ l କଟକ ଜିଲ୍ଲା ତରଫରୁ ଏ.କେ. ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ କୁମାରୀ ସ୍ବପ୍ନା ଭୋଇ କ୍ୟୁରେଗୀ ଅଣ୍ଡର ୬୩ ଓଜନ ବିରାଗରେ ଖେଳି କାଂସ୍ୟ ପଦକ (5000 ଟଙ୍କା )ହାସଲ କରିଛନ୍ତି ଓ ଜଗବନ୍ଧୁ ସାହୁ ବାଳକ ଗ୍ରୁପ ପୁମସେ ବିଭାଗରେ ରୌପ୍ୟ ପଦକ (7000 ଟଙ୍କା )ଏବଂ ସିଙ୍ଗଲ ପୁମସେ ବିଭାଗ ରେ କାଂସ୍ୟ ପଦକ(5000 ଟଙ୍କା )ହାସଲ କରି ଏ.କେ. ବିଦ୍ୟାମନ୍ଦିର ପାଇଁ ସୁନାମ ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ଆର୍ଯ୍ୟାନ୍ ଚୌଧୁରୀ ଏବଂ ଏ.କେ. ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଡ଼. ଅନିରୁଦ୍ଧ ଖିଲାର, ଚେୟାରମ୍ୟାନ ଡ଼.ଚନ୍ଦନା ବେହେରା, ପ୍ରଶାସକ କ୍ଷେତ୍ରମୋହନ ସେନାପତି ଏବଂ ଓଡ଼ିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ କୃତି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ by Proprietor Abhimanyu Maharana June 21, 2026 ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ by Proprietor Abhimanyu Maharana June 21, 2026 ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ by Proprietor Abhimanyu Maharana June 21, 2026 ସହକାରୀ ନିର୍ବାହୀଯନ୍ତ୍ରୀ ପ୍ରିୟଙ୍କା ରାୟ ଙ୍କ ସହ ବ୍ଲକର କର୍ମଚାରୀ ମାନେ ଯୋଗଦେଇ - ଯୋଗ ଅଭ୍ୟାସ by Proprietor Abhimanyu Maharana June 21, 2026 ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026