୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ମହାପ୍ରୟାଣ ଉତ୍ସବ ଏବଂ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଚନ୍ଦ୍ରଶେଖରପୁର ନାଲ୍କୋ ଛକସ୍ଥିତ ମହାତ୍ମାଗାନ୍ଧୀ ପାର୍କରେ ପି.ସି.ସି. ଉପସଭାପତି ଶ୍ରୀ ଶିବାନନ୍ଦ ରାୟଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।
ପରେ କଂଗ୍ରେସ ଭବନ ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ୧୦ ଘଟିକା ସମୟରେ ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ବରିଷ୍ଠ କଂଗ୍ରେସ ନେତା ତଥା ଆଇନ୍ଜୀବି ଶ୍ରୀ ଶିବାନନ୍ଦ ରାୟ ଦଳୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶ ସଂଯୋଜନା କରିଥିଲେ ଏବଂ ଶ୍ରୀ ଜ୍ୟୋତିଷ ସାହୁ ପରିଚାଳନା କରିଥିଲେ । ଉପସ୍ଥିତ ନେତୃବୃନ୍ଦ ସମବେତ ଭାବରେ ଜାତୀୟ ସଂଗୀତ ଗାନ କରିଥିଲେ ।
ହିଂସା, ଘୃଣା ଓ ବିଦ୍ୱେଷ ବିରୋଧରେ ସାରା ଦେଶବାସୀ ଆଜି ଏକତ୍ରିତ ହୋଇଛନ୍ତି ବୋଲି ଭାରତ ଯୋଡ଼ ଯାତ୍ରା ହିଁ ସୂଚାଉଛି । ଆଜି ସମସ୍ତ ୩୩ ଗୋଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ଅନୁରୂପ ଭାବରେ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ଭାରତ ଯୋଡ଼ ଯାତ୍ରାର ଉଦ୍ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପି.ସି.ସି. ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସୁଦର୍ଶନ ଦାସ, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି, ରବି ରାୟ, ବିସ୍ମୟ ମହାପାତ୍ର, ମନୋଜ ସାହୁ,
