Home ଓଡ଼ିଶା ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ନୃତ୍ୟ ପର୍ବ ଉଦ୍ଘାଟିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି ନୃତ୍ୟଧାମ ସମ୍ମାନରେ ସମ୍ମାନିତ ୩୧ ଜାନୁଆରୀ ମଙ୍ଗଳବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱରର ଓଡ଼ିଶୀ ରିସର୍ଚ୍ଚ ସେଂଟରଠାରେ ନୃତ୍ୟଧାମ ଭୁବନେଶ୍ୱରର ୬ଷ୍ଠ ସର୍ବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପର୍ବ ଏବଂ ଗୁରୁ ନମନ ନୃତ୍ୟ ଓ ସଂଗୀତ ଉତ୍ସବ ୨୦୨୩ ଆରମ୍ଭ ହୋଇଯାଇଛି । ଏହି ଉତ୍ସବ ଚଳିତ ଜାନୁଆରୀ ୩୦ ଓ ୩୧ ତାରିଖ ଦୁଇଦିନ ଧରି ଆୟୋଜିତ ହେଉଛି । ଉତ୍ସବର ପ୍ରଥମ ଦିନରେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ, ଗୁରୁ ଶ୍ରୀଯୁକ୍ତ ଦୁର୍ଗାଚରଣ ରଣବୀର, ଗୁରୁ ଡା. ସଂଗୀତା ଗୋସାଇଁ ଓ ଗୁରୁ ଡା. ଗଜେନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତିଙ୍କୁ ନୃତ୍ୟଧାମ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଉତ୍ସବର ପ୍ରଥମ ଦିନରେ ଓଡ଼ିଶାର ବିଶିଷ୍ଟ ନୃତ୍ୟାଙ୍ଗନା ଡା. ଶୁଭଶ୍ରୀ ପଟ୍ଟନାୟକ କୁନ୍ତୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ମହାଭାରତରେ ବର୍ଣ୍ଣିତ ପାଣ୍ଡବଙ୍କ ମାତା ଥିଲେ କୁନ୍ତି, ଯେକି ପଂଚକନ୍ୟାଙ୍କ ମଧ୍ୟରୁ ଥିଲେ ଅନ୍ୟତମ । କୁନ୍ତିଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାଶାଋଷି ତାଙ୍କୁ ଏକ ମନ୍ତ୍ର ପ୍ରଦାନ କରିଥିଲେ । ଏହି ବିଷୟବସ୍ତୁକୁ ନିଜର ଲାଳିତ୍ୟ ଅଙ୍ଗଭଙ୍ଗୀ ଓ ଆକର୍ଷଣୀୟ ମୁଖାଭିନୟ ସହିତ ବେଶ ଚମତ୍କାର ଭାବେ ପରିବେଷଣ କରିଥିଲେ ଡା. ଶୁଭଶ୍ରୀ ପଟ୍ଟନାୟକ । ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଦୁର୍ଗାଚରଣ ରଣବୀର, ସଂଗୀତ ନିର୍ଦ୍ଦେଶନାରେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଓ ମର୍ଦ୍ଦଳରେ ଗୁରୁ ଧନେଶ୍ୱର ସ୍ୱାଇଁ ରହିଥିଲେ ।ଏହାପରେ ଅନୁଷ୍ଠାନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଗୀତଗୋବିନ୍ଦ ଓଡ଼ିଶୀ ନୃତ୍ୟ କି ଶୋଭା ଗୋ ଗୁଞ୍ଜେ ମଦନ ମୋହନ ପରିବେଷଣ କରାଯାଇଥିଲା । ଏଠାରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ପଦ୍ମଶ୍ରୀ କୁମ୍ କୁମ୍ ମହାନ୍ତି । ଏହାପରେ ଡା. ଗଜେନ୍ଦ୍ର ପଣ୍ଡାଙ୍କ ନୃତ୍ୟ ନିଦ୍ଦେର୍ଶନାରେ ମହାଲକ୍ଷ୍ମୀ ଅଣୁକମ ତ୍ରିଧରା ଅନୁଷ୍ଠାନ ନୃତ୍ୟ ପରିବେଷଣ କରିଥିଲେ । ରାଗ-ରାଗ ମାଳିକା ଓ ତାଳ-ତାଳ ମାଳିକାରେ ଆଧାରିତ ଏହି ନୃତ୍ୟର ସଂଗୀତ ଗୁରୁ ଥିଲେ ଡା. ଗୋପାଳ ଚନ୍ଦ୍ର ପଣ୍ଡା ଓ ତାଳ ସଂଯୋଗ କରିଥିଲେ ଗୁରୁ ସଚିତା ନନ୍ଦ ଦାସ ।ଏହାପରେ ସମ୍ପ୍ରଦା ଅନୁଷ୍ଠାନର ନୃତ୍ୟଶିଳ୍ପୀ ଝୁଲଣ କୁଞ୍ଜ ପରିବେଷଣ କରିଥିଲେ । ନୃତ୍ୟ ସଂଯୋଜନା ଦେଇଥିଲେ ଗୁରୁ ସୁହାଗ ନଳିନୀ ଦାସ, ରାଗ ଶଙ୍କରାଚରଣ ଓ ଏହା ତାଳ ରୂପକରେ ଆଧାରିତ । ସଂଗୀତ ଗୁରୁ ପ୍ରଫେସର ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶରତ ଦାସ । Categories: ଓଡ଼ିଶା, ମନୋରଞ୍ଜନ, ମହାନଗର, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026