Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ “ଭାରତ ଯୋଡ ଯାତ୍ରା”ର ଉଦଯାପିତ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩୦ ଜାନୁଆରୀ .ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ “ଭାରତ ଯୋଡ ଯାତ୍ରା” ର ଉଦଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା କାର୍ଯ୍ୟକ୍ରମ ୨୦୨୨ ସେପ୍ଟେମ୍ବର ୭ ତାରିଖ ଠାରୁ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିଲା । ଭାରତ ଯୋଡ ଯାତ୍ରା ଇତି ମଧ୍ୟରେ ୧୨ ଗୋଟି ରାଜ୍ୟ ଓ ୨ଗୋଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଦେଇ ସମୁଦାୟ ୩୯୭୦ କି.ମି.ପର୍ୟ୍ୟନ୍ତ ପଥ ଅତିକ୍ରମ କରିଥିଲା । ଏହି ଯାତ୍ରା ଆଜି ୩୦ ତାରିଖ ଦିନ ଶ୍ରୀନଗର ଠାରେ ଉଦଯାପିତ ହେବା ଅବସରରେ ଏହି ଯାତ୍ରାରେ କୋଟି କୋଟି ଭାରତୀୟଙ୍କ ହୃଦୟ ଜିଣିବା ଓ ଭାରତ ବର୍ଷକୁ ଯୋଡିବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀଙ୍କ ବାର୍ତ୍ତାରେ ଜନସାଧାରଣ ଉଦବୁଦ୍ଧ ହୋଇଥିବା ପରିଲକ୍ଷିତ ହୋଇଛି । ଏହି ଉଦଯାପନ ଉତ୍ସବ ଅବସରରେ ଆଜି ଜାନୁଆରୀ ମାସ ୩୦ ତାରିଖ ପୂର୍ବାହ୍ନ ୧୦.୦୦ଘଣ୍ଟା ସମୟରେ ଜମ୍ମୁ କାଶ୍ମୀରର ଶ୍ରୀନଗର ସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଶ୍ରୀ ଗାନ୍ଧୀ , ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ଭାବେ ସମସ୍ତ ପ୍ରଦେଶ କଂଗ୍ରେସ କମିଟି ସମେତ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ଓ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଆଜି ସୋମବାର ଦିନ ଠିକ୍ ୧୦ ଘଣ୍ଟ ସମୟରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ନିର୍ଦ୍ଦେଶ ଦେଇଥିଲେ. ସୋମବାର ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରା ଯାଇଥିଲା ଯାହାକି ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଦ୍ଵାରା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ ଜାତୀୟ ପତାକା ପତାକା ଉତ୍ତୋଳନ କରା ଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ ଦ୍ଵାରା ଏହିକାର୍ଯ୍ୟକ୍ରମରେ ଜିଲ୍ଲା ତଥା ସମସ୍ତ ବ୍ଲକ୍ ଅଞ୍ଚଳର ବହୁ କଂଗ୍ରେସ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ନାରାୟଣ ପାତ୍ର , ସଂଗ୍ରାମ ସାହୁ , କୁନା ମାଝୀ , ତ୍ରିନାଥ ପାତ୍ର, ରାଜା ପାତ୍ର , ଜସ୍ମିନ ସାହିସା , ଗୁମ୍ମା ବ୍ଲକ , ଜିଲ୍ଲା ପରିଷଦ ସଭ୍ୟ ରେଣୁବାଳା ପାତ୍ର , କୃଷ୍ଣ ଚନ୍ଦ୍ର ପାତ୍ର , ଗୀତା ଭୁୟାଁ , ଲଳିତ ଦଣ୍ଡସେନା , କାଶୀନଗରର ସବରା ରାଜୁ , ମୋହନା ନିର୍ବାଚନ ମଣ୍ଡଳୀର ସୁଦର୍ଶନ ପଣ୍ଡା , ମଫେଲ ସ୍ୱାଲସିଂ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ by Proprietor Abhimanyu Maharana October 14, 2026 ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ by Proprietor Abhimanyu Maharana October 14, 2026 ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା by Proprietor Abhimanyu Maharana October 14, 2026 ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ by Proprietor Abhimanyu Maharana October 14, 2026 ସତ୍ୟବାଦୀ ବ୍ଲକ ଅଧକ୍ଷ ଙ୍କ କାର୍ଯ୍ୟାଳୟ ଭଙ୍ଗାରୁଜା, ବିଜେଡି ର ଧାରଣା by Proprietor Abhimanyu Maharana October 14, 2026 ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ by Proprietor Abhimanyu Maharana October 14, 2026