x. ବଂଚିତ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ଫେବୃଆରୀ ୨,୩ ଓ ୪ରେ ବ୍ଲକ ଘେରାଓ କରିବ ବିଜେପି

୩୦ ଜାନୁଆରୀ .ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ କାଲି ସୁରକ୍ଷା ଦାୟୀତ୍ୱରେ ଥିବା ଜଣେ ପୋଲିସ ଅଧିକାରୀ ଗୁଳି ମାରି ହତ୍ୟା କରିଛନ୍ତି । ସ୍ୱର୍ଗତଃ ଦାସଙ୍କୁ ସମ୍ମାନ ଜଣାଇବା ଅବସରରେ ରାଜ୍ୟ ସରକାର ୩ ଦିନ ଧରି ଶୋକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଏହି କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ହୋଇଥିବା ଚଂଚକତା, ତାଲିକାରୁ ଅଯୋଗ୍ୟଙ୍କୁ ବାଦ୍ ଏବଂ ଯୋଗ୍ୟଙ୍କୁ ସାମିଲ ଦାବୀରେ ବିଜେପି ତରଫରୁ ଆସନ୍ତା କାଲି ରାଜ୍ୟର ସମସ୍ତ ବ୍ଲକରେ ହେବାକୁ ଥିବା ବ୍ଲକ ଘେରାଓ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।
