ଆର, ,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଛେଳିଗଡ଼ ଠାରେ ଥିବା ଓଡିଶା ଆଦର୍ସ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା

୩୦ ଜାନୁଆରୀ .ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ର ରବିବାର ଛେଳିଗଡ଼ ଠାରେ ଥିବା ଓଡିଶା ଆଦର୍ସ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉସ୍ଚବ ରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଆର,ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍, ଉପଖଣ୍ଡ ଆରଖି ଅଧିକାରୀ ଦିଲ୍ଲୀପ ନାୟକ, ତଥା ସ୍ଥାନୀୟ ସରପଞ୍ଚ ,ବସ୍ତିରିଗୁଡ଼ । ସରପଞ୍ଚ, ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ତଥା ସ୍ଥାନୀୟ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।ଅତିଥୀ ମାନେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ରେ କିଭଳି ଭାବରେ ଶତ ପ୍ରତିଶତ ମାକ୍କ୍ ରଖି ଶିକ୍ଷାନୁଷ୍ଠାନ ର ନା ରଖିବାକୁ କହିଛନ୍ତି । ତତ୍ ସହିତ ଶିକ୍ଷାନୁଷ୍ଠାନ ର ଭିତିଭୁମି ଆରମ୍ଭ ହେଲା ବେଳେ କିଭଳି ଭାବରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ସେ ସମ୍ପର୍କରେ ଅବଗତ କରାଇଥିଲେ । ଶେଷରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରୁ ଶିକ୍ଷାନୁଷ୍ଠାନ ଗଢ଼ାଗଲା ତା ଉପରେ ମଧ୍ୟ ଆଲୋକପାତ କରିଥିଲେ । ଶେଷରେ ଅଞ୍ଚଳ ବାସିଙ୍କ ପ୍ରଚେଷ୍ଟାରେ ତଥା ଶିକ୍ଷାନୁଷ୍ଠାନ କମିଟି ର ପ୍ରଚେଷ୍ଟାରେ ,ତଥା ସରକାରଙ୍କ ପ୍ରଚେଷ୍ଟାରେ ଏଭଳି ଶିକ୍ଷାନୁଷ୍ଠାନ ହୋଇଥିବା ଯୋଗୁଁ ସମସ୍ତ ମହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସାଧୁବାଦ୍ ଜଣାଇଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ସବେଶ୍ବର ସେଠି ଅଧ୍ୟକ୍ଷତା କହିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କ୍ଳକ ସାଗର ପ୍ରଧାନ ତାଙ୍କୁ ସହଯୋଗ କହିଥିଲେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ମାନେ ।

Exit mobile version