ସାମାଜିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

୩୦ ଜାନୁଆରୀ ,ସୋମବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ଓଡ଼ିଶା ଜୀବିକା ମିଶନ ଓ ୟୁନିସେଫ୍ ର ମିଳିତ ସହଯୋଗରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ରେ ସାମାଜିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ସୋରଡ଼ା ସରପଞ୍ଚ ଫକିର ମୋହନ ସାହୁ ଓ ସମିତି ସଭ୍ୟ ଙ୍କ ସମେତ ମିଶନ ଶକ୍ତି ର ସଦସ୍ୟା ମାନେ ଯୋଗଦେଇ ସ୍ଲୋଗାନ ,

ଲିଫ୍ କାର୍ଡ ମାଧ୍ୟମରେ ଗାଁ ଗାଁ ବୁଲି ଶିକ୍ଷା ,ସ୍ବାସ୍ଥ୍ୟ,ପୁଷ୍ଟି ,ସ୍ବଚ୍ଛତା ,ପରିମଳ,କନ୍ୟା ଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।ପ୍ରତ୍ୟେକ ଜନ ହିତକର କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ଉପସ୍ଥିତି ସୋରଡ଼ା ପଞ୍ଚାୟତ କୁ ବିକାଶ ଦିଗରେ ଆଗେଇ ନେବ ବୋଲି ଜନସାଧାରଣ ରେ ଆଲୋଚନା ହେଉଛି ।

Exit mobile version