ଗଜପତି: ମୋହନା ବ୍ଲକକୁ ବିଭିନ୍ନ ରାଜ୍ୟ ରୁ ୨୦୩୦ ପ୍ରବାସୀ ଓଡ଼ିଆ ଫେରିଲେଣି – ବି.ଡ଼ି.ଓ, ବଂଶୀଧର ଖୋସଲା

ଓଡିଶା ତାଜା ନ୍ୟୁଜ୍ (୧୧ ଜୁନ୍ ଗୁରୁବାର ) ଗଜପତି ଜିଲ୍ଲା :- ଜପତିଜିଲ୍ଲାର ୭ ଟି ବ୍ଲକ ମଧ୍ୟରୁ ମୋହନା ବ୍ଲକର ଜନସଂଖ୍ୟା ସବୁଠାରୁ ଅଧିକ ଏବଂ ଏହାଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ।ଏହି ବ୍ଲକ ରୁ ୬000 ରୁ ଅଧିକା ପୁରୁଷ ଏବଂ ମହିଳା ବାହାର ରାଜ୍ୟକୁ ଯାଇ ନିଜ ନିଜର ଗୁଜରାଣ ମେଣ୍ଟାଉ ଆସୁଥିବା ଥିବାବେଳେ ବର୍ତ୍ତମାନ କରନା ମହାମାରୀ ଚାଲୁଥିବାରୁ ଏଥିରେ ଭୟଭୀତ ହୋଇ ନିଜ ନିଜ ଜୀବିକା ହରାଇ ଘରକୁ ଫେରିବା ପାଇଁ ବ୍ଲକର ୬୦୦୦ ରୁ ଅଧିକ ଜଣ ଘରକୁ ଫେରିବା ପାଇଁ ରେଜିଷ୍ଟ୍ରସନ କରିଥିଲେ ସେମାନଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୨୦୩୦ ପ୍ରବାସୀ ଓଡ଼ିଆ ଫେରି ସଂଘରୋଧ କେନ୍ଦ୍ରରେ ୧୪ ଦିନ ରହିବାପରେ ୧୦୧୨ଜଣ ସଂଘରୋଧ କେନ୍ଦ୍ର ଛାଡିଘରକୁ ଫେରି ଆସିଥିବା ବେଳେ ଜିଲ୍ଲାପାଳ ଅନୁପମ ଶାହା ଙ୍କ ନିର୍ଦେଶ ପ୍ରକାରେ ପ୍ରତେତ୍ୟକଙ୍କୁ ୨000 ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦନ କରାଯାଇଛି ବର୍ତ୍ତମାନ ସୁଦ୍ଧା ୪୨ ଟି ଏକାନ୍ତ ବାସ ଗୃହରେ ସମସ୍ତ ନିୟମ ମାନି ରହିଥିବl

ବିଡ଼ିଓ ବଂଶୀଧର ଖୋସଲା କହିଛନ୍ତି ବର୍ତ୍ତମାନ ସୁଦ୍ଧା ବ୍ଲକରେ ୫୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ ହୋଇ ରହିଥିବା ବେଳେ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ଯୋଗୁଁ ଏହି ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ସବୁ ଠିକ୍ ଠାକ୍ ଥିବା କହିଛନ୍ତି ବିଡ଼ିଓ ଖୋସଲା । ଜିଲ୍ଲାପାଳ ଅନୁପମ ସାହା ବାରମ୍ବାର ମୋହନା ବ୍ଲକ କୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବା ସହ କଡ଼ା ନଜର ମଧ୍ୟ ରଖିଛନ୍ତି ଦୈନିକ ଭିଡିଓ କନଫରେନ୍ସ ଜରିଆରେ ପ୍ରତିଦିନ କରନା କାର୍ଯ୍ୟରେ ନୀୟଜିତ ଅଧିକାରୀ ମାନଙ୍କ ସହ ନିୟମିତ ସମ୍ପର୍କ ରଖି ସେମାନଙ୍କର ସୁବିଧା ଅସୁବିଧା ପଚାରି ବୁଝୁଥିବା ଜଣା ପଡ଼ିଛି l (ଗରୁଡ଼ ଧ୍ୱଜ ଚୌଧୁରୀ)

odishatazanews.com, whatsApp – 9938341180,ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail –odishatazanews1@gmail.com

Exit mobile version