ପାଟଣାଗଡ଼ ରେ ଜାତିୟ ଶିଶୁ କନ୍ୟା ସୁରକ୍ଷା ଦୀବସ ପାଳିତ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଓ ଜିଲ୍ଲା ଶିଶୁ କନ୍ୟା ସୁରକ୍ଷା ୟୁନିଟ ଙ୍କ ମିଳିତ ଆନୁକଲ୍ୟ ରେ ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ ଠାରେ ଜାତୀୟ ଶିଶୁକନ୍ୟା ସୁରକ୍ଷା ଦୀବସ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟ କ୍ରମ କୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଚୁଡ଼ାମଣି ପଣ୍ଡା ,ପ୍ରୋଗ୍ରାମ ମ୍ୟାନେଜର ଦେବାଶିଷ ପଟେଲ ,ସଦସ୍ୟା ରାୟସୁନା କୁମ୍ଭାର ,ଋକସନ ସୁନା , ବିଡ଼ିଓ ସୁମନ୍ତ କୁମ୍ଭାର ,ଏବିଇଓ ଶ୍ରୀ ପବିତ୍ର ଧରୁଆ ,ଆଇସିଡିଏସ ସୁପରଭାଇଜର ତପସ୍ଵିନୀ ସୁନା,ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାମଫାଳ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଉପଜିଲ୍ଲାପାଳ ଶ୍ରୀ ସେଠି ଙ୍କ ନେତୃତ୍ବରେ ବାଳିକା ଉଚ୍ଚ ବିଦ୍ୟାଳୟ ର ଶତାଧିକ ଛାତ୍ରୀ ,ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସମେତ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବେଟି ବଞ୍ଚାଅ ବେଟି ପଢାଓ ଆଦି ବିଭିନ୍ନ ଶ୍ଳୋଗାନ ମାନ ଦେଇ ବ୍ଳକ ଛକ ଦେଇ ସୁଭଦ୍ରା ଭବନ ଠାରେ ପହଞ୍ଚିଥିଲେ । ଆୟୋଜିତ ଜାତିୟ ଶିଶୁ କନ୍ୟା ସୁରକ୍ଷା ସଚେତନତା ସଭାରେ ଅତିଥି ମାନେ ସମାଜ ରେ କ୍ରମଶଃ ଝିଅ ମାନଙ୍କ ସଂଖ୍ୟା ହ୍ରାସ ପାଇଥିବା ସହ କନ୍ୟା ସନ୍ତାନ ଏକ ଅମୂଲ୍ୟ ରତ୍ନ ବୋଲି ଅତିଥି ମାନେ କହିଥିଲେଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଶିଶୁ କନ୍ୟା ସୁରକ୍ଷା ଉପରେ ବକ୍ତୃତା ଦେଇଥିବା ନବମ ଓ ଦଶମ ଶ୍ରେଣି ର ଛାତ୍ରୀ କାଜଳ ମେହେର ,ରାଖି ମେହେର,ବିଦ୍ମୁସ୍ମିତା ମେହେର ,ପୂଜା ମେହେର ,ନୀଶା କଠାର ,ସ୍ମୃତିରେଖା ସାହୁ ଙ୍କୁ ମୂଖ୍ୟ ଅତିଥି ଶ୍ରୀ ସେଠି ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ଅଞ୍ଚଳର ଅଙ୍ଗନବାଡ଼ି କର୍ମି ,ଆଇସିଡିଏସ ସୁପରଭାଇଜର ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଡ଼ିଓ ଶ୍ରୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version