Home ଓଡ଼ିଶା ବଲାଙ୍ଗିର ଜିଲ୍ଲ ପାଟଣାଗଡ ବ୍ଲକ : କନ୍ଦମୂଲ ଚାଷକରି ଚିନ୍ତାରେ ଚାଷୀ ,ଲୋକ ବୁଝୁନାହାନ୍ତି କି କିଣୁ ନାହାନ୍ତି – ଘରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପଡି ରହିଛି by Proprietor Abhimanyu Maharana 4 years ago Share on FacebookShare on TwitterWhatsapp କ୍ୟାନସର ଓ ଚର୍ମରୋଗ କୁ ଭଲ କରିବ ଭୁ-କ୍ରିଷ୍ଣା ଓ ଭୁ-ସୋନା କନ୍ଦମୂଲ-କୃଷି ଉଦ୍ୟାନ ଅଧିକାରୀ ୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲ ପାଟଣାଗଡ ବ୍ଲକ ଅନ୍ତର୍ଗତ ମରାଲ ଗାଁର ଚାଷି ଥବିର ବୁଡେକ ଏବେ କନ୍ଦମୂଲ ଚାଷକରି ଏବେ ହିନସ୍ତା ହୋଇଛନ୍ତି ।ଏକ ନୂତନ କିସମର କନ୍ଦମୂଲ ଚାଷ କରି ଭଳ ଅମଳ କରିଥିଲେ ବି ବିକ୍ରିୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ଚିନ୍ତାରେ ପରିବାର ଏବେ ଚିନ୍ତାରେ ପଡିଯାଇଛନ୍ତି ।ଏପରିକି ବଜାର କୁ ବିକ୍ରୟ ପାଇଁ ନେଲେ କନ୍ଧମୂଲ କୁ ଦେଖି ଚାଷି କୁ ଥଟା ମଜା କରୁଥୁବା ଥବିର ଅଭିଯୋଗ କରିଛନ୍ତି ।ଯା ଫଳରେ କନ୍ଦମୂଲ ଏବେ ବିକ୍ରୟ ନହୋଇ ଘରେ ପଡି ରହିଛି ।ଥବିର ବହୁ ବର୍ଷଧରି କନ୍ଦମୂଲ ଚାଷ କରି ଆସୁଛନ୍ତି । ଚଳିତ ବର୍ଷ ପାଟଣାଗଡ ଉଦ୍ୱାନ ବିଭାଗ ସମ୍ପର୍କରେ ଆସି ଏକ ନୂତନ କିସମର କନ୍ଦମୂଲ ଚାଷ କରିଛନ୍ତି । ଯାହା ଖାଇବା ଦ୍ୱାରା କ୍ୟାନସର ଓ ଚର୍ମରୋଗ ଭଳି ମାରତ୍ମକ ରୋଗର ନିରାକରଣ ହୋଇପାରିବ ବୋଲି ପାଟଣାଗଡ କୃଷି ଉଦ୍ୱାନ ବିଭାଗର ଉପଖଣ୍ଡ ସ୍ତରୀୟ ଅଧିକାରୀ ପ୍ରମୋଦ କୁମାର ସେଥି ସୂଚନା ଦେଇଛନ୍ତି । ଅଧିକାରୀ ଙ୍କ କହିବା ଅନୁସାରେ ବଲାଙ୍ଗିର ଜିଲ୍ଲା ରେ ପ୍ରଥମ ଥର କରି ଭୁ-କ୍ରିଷ୍ଣା ଓ ଭୁ –ସୋନା କିସମର ଦୁଇଟି ପ୍ରଜାତିର କନ୍ଦମୂଲ ପରିକ୍ଷା ମୂକ ଭାବେ ଚାଷି ଥବିର ବୁଡେକ କୁ ଦିଆଯାଇଥିଲା । ଭୂ-ସୋନା ହେଉଛି ଧୁସର ଏବଂ ଭୁ-କ୍ରିଷ୍ଣା ହେଉଛି ନୀଳ ବର୍ଣ୍ଣର ,ଧୁସର କନ୍ଦମୂଳରେ ଭିଟାମିନ ଏ ପ୍ରଚୂର ମାତ୍ରାରେ ଥିବାବେଲେ ନୀଳ ବର୍ଣ୍ଣର ଭୂ -କ୍ରିଷ୍ଣାରେ ରହିଛି ଏଣ୍ଠୋସାଇନିନ ପିଗ୍ମେଣ୍ଟ ରହିଛି ଯାହା କ୍ୟାନସର ଭଳି ମାରତ୍ମକ ରୋଗକୁ ଭଳ କରିଥାଏ ।ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ ଏହା ଦେହ ପାଇଁ ବହୁ ଉପେଯାଗୀ ହେବା ସହ ଏହାର ସ୍ୱାଦ ବି ଭଲ ଅଛି । ଏହାକୁ ଆପଣ ଚିପ ଓ ସିଝା, ଝୁସ କରିକି ଖାଇପାରିବେ । ଲୋକ ମାନେ ନିର୍ଭୟରେ ଏହା କୁ ଖାଆନ୍ତୁ ଦେହ ପାଇ ଏହା ଭଳ ବୋଲି ନିବେଦନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଥବିର ବୁଡେକ ,ନିଜ ୧୦ ଏକରର ଜମିରେ ଭୁ -କ୍ରିଷ୍ଣା ଏବଂ ଭୁ-ସୋନା ପ୍ରଜାତିର କନ୍ଦମୂଲ ଚାଷକରିଛନ୍ତି । ଏଥିପାଇଁ ତାଙ୍କୁ ୭୦ -୮୦ ହାଜର ଟଙ୍କା ଖର୍ଚ୍ଛ ହୋଇଥିଲା । ନୂତନ କିସମର କନ୍ଦମୁଳ ହୋଇଥିବାରୁ ଉଦ୍ୱାନ ବିଭାଗ ତରଫରୁ କିଣି ବାହାର ରାଜ୍ୟ କୁ ପଠାଯାଇଥିଲା । ଏଥରୁ ଥବିର କୁ ବଳ ଦୁଇ ପଇସା ରୋଜଗାର ବି ମିଲିଥିଲା । ହେଲେ ବଳକା ରହି ଯାଇଥିବା କନ୍ଦମୂଲ ଏବେ ଘରେ ପଡି ରହିଛି । ଲୋକେ କନ୍ଦର ରଙ୍ଗ କୁ ଦେଖି ନେବାକୁ ମନା କରୁଛନ୍ତି । ଯାହାକୁ ନେଇ କନ୍ଦା ବିକ୍ରୟ କରି ପାରୁନାହାନ୍ତି ଚାଷି । ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026 ମୃତକଙ୍କ ପରିବାରକୁ ବିରୋଧୀ ଦଳ ନେତାଙ୍କ ସହାୟତା by Proprietor Abhimanyu Maharana September 17, 2026 ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ by Proprietor Abhimanyu Maharana September 17, 2026