Home ଓଡ଼ିଶା ବ୍ରେନ ଟ୍ୟୁମର ରୋଗ ରେ ଆକ୍ରାନ୍ତ ନଟବର ଅସ୍ତ୍ରୋପଚାର ପାଇଁ ଅର୍ଥ ସାଜିଛି ବାଧକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ମଣ୍ଡଳ ଗାଁ ୱ।ଡ଼ ନଂ ୬ ହରିଜନ ପଡା ର ନଟବର ମହାନନ୍ଦ (୪୭) ଦିର୍ଘ ୫ ବର୍ଷରୁ ଉର୍ଦ୍ଧ ହେବ ବ୍ରେନ ଟ୍ୟୁମର ରୋଗ ରେ ଆକ୍ରାନ୍ତ ହୋଇ ସରକାରୀ ସହାୟତା କୁ ଅପେକ୍ଷା ରେ ଚାହିଁ ରହିଛନ୍ତି । ସ୍ତ୍ରୀ ଦ୍ରୋପଦୀ( ୪୪) ଦୁଃଖ କଷ୍ଟରେ ଝିଅ ମୁନୀ (୧୬), ଅଞ୍ଜଳୀ(୧୩),ଝାନ୍ସୀ (୧୦) ଓ ରିତୁ (୮) ଙ୍କୁ ନେଇ ତାଙ୍କ ପରିବାର ଦୁଃଖକଷ୍ଟ ରେ ଚଳିଆସୁଛନ୍ତି । ନଟବର ବ୍ରେନଟ୍ୟୁମର ରେ ଆକ୍ରାନ୍ତ ହେବା ପରେ ଅସ୍ତ୍ରୋପଚାର ପାଇଁ ଅର୍ଥ ବାଧକ ସାଜିଛି । ପ୍ରକାଶ ଯେ ନଟବର ସୁସ୍ଥ ଥିବାବେଳେ ସାମ୍ବାଦିକତା ସହ ଛୋଟ ଧରଣର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ୬ ବର୍ଷ ପୂର୍ବେ ତାଙ୍କ ମୁଣ୍ଡରେ ସେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ତାହା ଧିରେଧିରେ ବଢ଼ିବାକୁ ଲାଗିଲା ଯନ୍ତ୍ରଣାରେ ଛଟପଟ ହୋଇ ନଟବର ପ୍ରଥମେ ପାଟଣାଗଡ଼ ,ବଲାଙ୍ଗିର ,ବୁର୍ଲା ଆଦି ଡାକ୍ତର ଖାନା ରେ ଚିକିତ୍ସା କରାଇ ଥିଲେ ।ହେଲେ ଭଲ ନ ହେବାରୁ ଫେରିଆସି କଟକ ଡ଼ାକ୍ତର ଖାନା ରେ ଦେଖାଇଥିଲେ । କଟକ ଡ଼ାକ୍ତରଖାନାର ଡାକ୍ତର ତାଙ୍କୁ ଭୂବନେଶ୍ଵର ସ୍ଥିତ ଏମ୍ସ ବଡ ଡାକ୍ତର ଖାନା ରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ । ନଟବର ଜଣେ ଗରିବ ପରିବାର ର ଅଟନ୍ତି । ନଟବର ତାଙ୍କ ଅଧା ଏକର ଜମିକୁ ବନ୍ଧା ପକାଇବା ସହ ଧାର କରଜ କରି ଡାକ୍ତର ଙ୍କ ପରାମର୍ଶ କ୍ରମେ ଭୁବନେଶ୍ଵର ସ୍ଥିତ ଏମ୍ସ ଡାକ୍ତର ଖାନା କୁ ଯାଇ ଥିଲେ । ହେଲେ ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ଆବଶ୍ୟକ ପଡ଼ିବାରୁ ଘରକୁ ଫେରିଆସିଥିଲେ । ସ୍ତ୍ରୀ ପରଘରେ ମଞ୍ଜୁରୀ ଲାଗି ପରିବାର ପ୍ରତିପୋଷଣ କରିବା ସହ ସରକାରୀ ସହାୟତା କହିଲେ କେବଳ ୩୦ କେଜି ଚାଉଳ ପାଇଥାନ୍ତି । ଯଦଦ୍ଵାରା ପରିବାର ପ୍ରତିପୋଷଣ କରିବା ତାଙ୍କ ପକ୍ଷେ କଷ୍ଟ କର ହୋଇ ପଡ଼ିବା ସହ ପିଲାଙ୍କ ପାଠପଢାରେ ବାଧାସୃଷ୍ଟି ହେଉଛି ।ଅବଶ୍ୟ ନଟବର ଙ୍କ ପାଖରେ ସରକାରୀ ବିଜୁ ସ୍ଵାସ୍ଥ କଲ୍ୟାଣ କାର୍ଡ ରହିଛି । ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ନଟବର ଙ୍କ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ସରକାରୀ ସହୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି ହେଉଛି । Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026