Home Uncategorized ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷଠାରେ ଗଜପତି ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ,ପଛୁଆବର୍ଗ ବିକାଶ ଏବଂ ଆଇନ୍ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବାବେଳେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଅଧ୍ୟକ୍ଷତା କରିଥିଲେ | ଉକ୍ତ ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତ୍ରିପତି ରାଓ, ଜିଲ୍ଲାପରିଷଦ ଉପ-ଅଧ୍ୟକ୍ଷା କୁନ୍ତଳା ମଲ୍ଲିକ, ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରୋମାଞ୍ଚଳ ଖମାରୀ ମଞ୍ଚାସିନ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ରାଜ୍ୟ ସରକାରଙ୍କର ଯେଉଁସବୁ ଉନ୍ନୟନ ମୂଳକ କାର୍ଯ୍ୟ ଗଜପତି ଜିଲ୍ଲାରେ ଚାଲୁ ରହିଛି ଏବଂ ଆଗକୁ କରାଯିବାର ଯୋଜନା ରହିଛି ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ସେଗୁଡ଼ିକୁ ତଦାରଖ କରିବା ଆବଶ୍ୟକତା ରହିଅଛି। ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ରାଜ୍ଯ ସରକାର ଗଜପତି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ୫-ଟି ଓ ମୋ ସରକାର ଭଳି ଲୋକାଭିମୁଖୀ ଶାସନ ବ୍ୟବସ୍ଥାଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ତାଙ୍କର ଏକ ଅଭିନବ ପଦକ୍ଷେପ।ଗଜପତି ଜିଲ୍ଲାପ୍ରଶାସନ କାର୍ଯ୍ୟ ଦକ୍ଷତା ଉପରେ ତାଙ୍କର ଭରସା ମଧ୍ୟ ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେସେମାନଙ୍କ ପୂର୍ଣ୍ଣ ସହଯୋଗ ରହିବ ବୋଲି କହିଥିଲେ। ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନା ଗୁଡ଼ିକର ସମାଧାନ ପାଇଁ ଆମେ ଯୋଜନା ମଧ୍ୟ କରିଛୁ। ତେବେ ଜିଲ୍ଲା ଯୋଜନା ଅଟକଳ ୨୦୨୧-୨୨ ଓ ୨୦୨୨-୨୩ ଏବଂ ବିଜୁ କଲ୍ୟାଣ କନ୍ଧମାଳ ଓ ଗଜପତି ଯୋଜନା ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହୋଇଥିବା ବାର୍ଷିକ ଯୋଜନାକୁ ଅନୁମୋଦନ ପାଇଁ ସମସ୍ତଙ୍କର ପରାମର୍ଶ କାମନା କରିଥିଲେ।ଏହି ବୈଠକରେ ଜିଲ୍ଲା ଯୋଜନା କମିଟି ଉପ-ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁଳମଣୀ ରାଉତ ପଏଣ୍ଟ ମାଧ୍ୟମରେ ସଂକ୍ଷିପ୍ତ ଜିଲ୍ଲା ପରିଚୟ, ଜିଲ୍ଲାର ଅଗ୍ରଣୀ କାର୍ଯ୍ୟକ୍ରମ, ଜିଲ୍ଲାର ସମସ୍ତ ବ୍ଲକର କାର୍ଯ୍ୟ, ଆଶଂକା ଆଧାରିତ ରଣନୀତିକ ଯୋଜନା, ଆର୍ଥିକ ବର୍ଷ ୨୦୨୧-୨୨ ଓ ୨୦୨୨-୨୩ ପାଇଁ ବିଭାଗର ଅଟକଳ ଉପରେ ତଥ୍ୟ ପ୍ରଦାନ କରିଥିବା ବେଳେ କୃଷି ଓ ଅନୁସଙ୍ଗିକ କାର୍ଯ୍ୟକ୍ରମ, ଗ୍ରାମ୍ୟ ଉନ୍ନୟନ, ବିଶେଷ ଆଂଚଳିକ କାର୍ଯ୍ୟକ୍ରମ, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ, ଶକ୍ତି ବିଭାଗ, ଶିଳ୍ପ ଓ ଖଣିଜ, ପରିବହନ, ବିଜ୍ଞାନ, ପରିବେଶ, ସାଧାରଣ ଆର୍ଥିକ ସେବା, ସାମାଜିକ ସେବା ଓ ସାଧାରଣ ସରକାରୀ ସେବା ବାବଦରେ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ସମୁଦାୟ ୧୨୫୯କୋଟି ୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସମୁଦାୟ ୧୪୩୨ କୋଟି ୩୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଜୁ କନ୍ଧମାଳ ଓ ଗଜପତି ଯୋଜନା ରେ ସଡ଼କ, ବିଜୁଳି,ପାଣି, ଓ ଅନ୍ୟାନ୍ୟ ବାବଦରେ ସମୁଦାୟ ୩କୋଟି ୫୦ ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେହି ସବୁ ବାବଦରେ ସମୁଦାୟ ୩କୋଟି ୫୦ଲକ୍ଷ୍ୟ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଯାହାକି ଜିଲ୍ଲା ଯୋଜନା କମିଟି ଦ୍ୱାରା ଅନୁମୋଦିତ ହୋଇଥିଲା ଉକ୍ତ ବୈଠକରେ ଅତିରିକ୍ତ ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ(ଯାନ୍ତ୍ରିକ) ଜ୍ୟୋତିରାଜ ଅଧିକାରୀଙ୍କ ସମେତ ସମସ୍ତ ଜିଲା ପରିଷଦ ସଭ୍ୟ ଓ ସଭ୍ୟା , ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ସମିତିସଭ୍ୟ ଓ ସଭ୍ୟାଙ୍କ ସମେତ ଜିଲ୍ଲା ଯୋଜନା କମିଟିର ସମସ୍ତ ସମସ୍ତ ସଭ୍ୟସଭ୍ୟା, ସମସ୍ତ ଜିଲ୍ଲାସ୍ତୀୟ ଅଧିକାରୀଗଣ ପ୍ରମୁଖ ଯୋଗଦେଇଥିଲେ। Categories: Uncategorized Related Content ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026 ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026