Home ଓଡ଼ିଶା ଓଡ଼ିଶାରେ ପ୍ରଥମ ଘଟଣା – ଶରତ ନାୟକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ଓଡ଼ିଶାରେ ପ୍ରଥମ ଘଟଣା,କର୍ତ୍ତବ୍ୟ ରତ ଆରକ୍ଷୀ କର୍ମୀଙ୍କ ଗୁଳିରେ ଶାସନାଧୀନ ଜଣେ ମନ୍ତ୍ରୀଙ୍କ ନିଧନ, ଆରକ୍ଷୀ ଅଧୀକ୍ଷକଙ୍କ ପରେ ମନ୍ତ୍ରୀ : ସୁରକ୍ଷା କର୍ମୀଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ହେବା ଜରୁରୀ ୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଓଡ଼ିଶାରେ ପ୍ରଥମ ଘଟଣା, ଜଣେ କର୍ତ୍ତବ୍ୟ ରତ ଆରକ୍ଷୀ କର୍ମୀଙ୍କ ଗୁଳିରେ ଶାସନାଧୀନ ଜଣେ ମନ୍ତ୍ରୀଙ୍କ ନିଧନ ଘଟଣା ସ୍ତବ୍ଧ କରିଦେଇଛି ଓଡିଶା ଜନମାନସକୁ। ଜଣେ ଆରକ୍ଷୀ କର୍ମୀଙ୍କ ଏଭଳି କାଣ୍ଡ ପାଇଁ ଆଜି ସମୁହଙ୍କୁ ବଦନାମର ବୋଝୁମୁଣ୍ଡାଇବାକୁ ପଡିଛି । ଅବଶ୍ୟ ସମସ୍ତେ ଏଭଳି ନୁହଁନ୍ତି। ତେବେ ଓଡିଶା ଇତିହାସରେ ଯାହା କେବେ ବି ଘଟିନଥିଲା ଆଜି ତାହା ଘଟିଲା। ଯାହାକୁ ନେଇ ନାନା କଥା ନାନା ପ୍ରଶ୍ନ ଲୋକଙ୍କ ମନରେ ଉଙ୍କିମାରୁଛି। ବାଡ଼ ଫସଲ ଖାଇବା ଭଳି ଯେଉଁ ସୁରକ୍ଷା କର୍ମୀ ବା ଅଙ୍ଗରକ୍ଷୀ ମାନଙ୍କୁ ସରକାର ସେମାନଙ୍କ ନିମନ୍ତେ ନିଯୁକ୍ତ କରିଛି ଏମାନେ ଯଦି ଏଭଳି କାଣ୍ଡ ଭିଆଇବେ ତା ହେଲେ କାହାକୁ ଭରଷା କରାଯିବ। ଅବଶ୍ୟ ସମସ୍ତ ଆରକ୍ଷୀ ମାନେ ଯେ ଏଭଳି ତା ନୁହଁ, କିନୁ ଗୋଟିଏ ଘଟଣା ବା ଜଣେ ବ୍ଯକ୍ତି ବିଶେଷଙ୍କ ପାଇଁ ଯେପରିକି ଜଣେ ସମ୍ବାଦିକ ପାଇଁ ଲୋକେ କୁହନ୍ତୁ ସାମ୍ବାଦିକ ମାନେ, କୌଣସି ଜଣେ ଶିକ୍ଷକଙ୍କ ଘୃଣ୍ୟ କାର୍ଯ୍ୟ ପାଇଁ ଶିକ୍ଷକ ମାନେ, ଜଣେ ନେତାଙ୍କ ପାଇଁ ନେତାମାନେ ଭଳି ଜଣେ ଆରକ୍ଷୀ କର୍ମୀଙ୍କ ଏଭଳି କାରନାମା ପାଇଁ ଆଜି ସମହଙ୍କୁ ବଦନାମର ବୋଝୁମୁଣ୍ଡାଇବାକୁ ପଡିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଗତ ଦେଢ଼ ଦଶନ୍ଧି ତଳେ ଏକ ଘଟଣା ଘଟିଥିଲା ଆମ ରାଜ୍ୟର କୋରାପୁଟ ଜିଲ୍ଲାରେ। କୋରାପୁଟ ଠାରେ ଅବସ୍ଥାପିତ ଦକ୍ଷୀଣ ପଶ୍ଚିମାଞ୍ଚଳ ଡିଆଇଜି ଯଶଓ୍ବିନ୍ଦର ସିଂହ ତାଙ୍କର ଦୁଇ ଅଙ୍ଗରକ୍ଷୀ ଗୁଳିର ଶିକାର ହୋଇ ପ୍ରାଣ ହରାଇଥିଲେ। ଏହି ଘଟଣା ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ବଡ଼ କୁଟିଙ୍ଗା ନିକଟରେ ୨୦୦୬ ମଶିହା ଅକ୍ଟୋବର ୨୩ ତାରିଖରେ ଘଟିଥିଲା। ଅବଶ୍ୟ ସେତେବେଳେ ଜିଲ୍ଲାରେ ମାଓବାଦୀଙ୍କ ଦବଦବା ଥିବା କାରଣରୁ ପ୍ରଥମେ ଏହା ମାଓ ବାଦୀଙ୍କ କାଣ୍ଡ ବୋଲି କୁହା ଯାଇଥିଲା। କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ତଦନ୍ତ ପରେ ଡିଆଇଜି ସିଂହ ଙ୍କ ଅଙ୍ଗରକ୍ଷୀ ଥିବା ଦୁଇ ଆରକ୍ଷୀ କର୍ମୀଙ୍କ ଗୁଳିରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା। ରବିବାର ଘଟଣା ଅବଶ୍ୟ ଟିକେ ଅଲଗା। ଏହି ଘଟଣା ଅଙ୍ଗରକ୍ଷୀ ଙ୍କ ଦ୍ବାରା ଘଟିନାହିଁ, କିନ୍ତୁ ଜଣେ ଜନପ୍ରିୟ ଜନ ପ୍ରତିନିଧି ଏବଂ ରାଜ୍ୟ ମନ୍ତ୍ରୀ ପରିଷଦର ଜଣେ ଟାଣୁଆ ନେତାଙ୍କ ଏକ କାର୍ଯକ୍ରମରେ ନିୟୋଜିତ ଥିବା ଜଣେ ସହକାରୀ ଉପ ନୀରିକ୍ଷକ ଙ୍କ ଗୁଳିରେ ପ୍ରାଣ ହରାଇବା ଘଟଣା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଯାହାକୁ ନେଇ ନେତାମାନଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ ପ୍ରକାର ଭୀତତ୍ରସ୍ତ ଓ ଭୀତଗ୍ରସ୍ତ ହୋଇ ପଡ଼ିଛନ୍ତି। ଫଳରେ ଏନେଇ ସରକାର ଏକ ନିର୍ଦେଶ ନାମା ସହିତ ନ ନିୟମ ଲାଗୁ କରିବାପାଇଁ ଆବଶ୍ୟକତା ଥିବା ଲୋକ ମୁଖରୁ ଗୁଂଜରିତ ହେଉଛି। କୁହାଯାଉ ମନ୍ତ୍ରୀ ହୁଅନ୍ତୁ ଅବା ଉଚ୍ଚସ୍ତରୀୟ ଅଧିକାରୀ ମାନଙ୍କ ଅଙ୍ଗରକ୍ଷୀ ହୁଅନ୍ତୁ ଅବା ସୁରକ୍ଷା ଦାୟିତ୍ବରେ ରହୁଥିବା ଆରକ୍ଷୀ ମାନଙ୍କର ନିୟମିତ ବ୍ୟବଧାନରେ ମାସିକିଆ ହେଉ କିମ୍ବା ତ୍ରୟମାସିକ ବା ୬ ମାସକୁ ଥରେ ବିଶେଷଜ୍ଞ ଡାକ୍ତର ବିଶେଷକରି ମାନସିକ ରୋଗ ବିଶେଷଜ୍ଞ ଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ। ଏପରିକି ସରକାରୀ ଭାବେ ଏନେଇ ଏକ ନିୟମ ପ୍ରଚଳିତ ହେବା ଆବଶ୍ୟକ। ନହେଲେ ଏହି ଘଟଣା ପୁନରାବୃତ୍ତିକୁ ଏଡ଼ାଇ ହେବ ନାହିଁ। Categories: ଓଡ଼ିଶା, ମହାନଗର, ହୋମ୍ Related Content ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ by Proprietor Abhimanyu Maharana July 14, 2026 ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ by Proprietor Abhimanyu Maharana July 14, 2026 ଗଣତନ୍ତ୍ର ପ୍ରତି ବିପଦ : ରବି ରଥ by Proprietor Abhimanyu Maharana July 14, 2026 ୧୯୭୭ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁ ମିଳନ by Proprietor Abhimanyu Maharana July 14, 2026 ଟ୍ରେଡ୍କୋର ଇଣ୍ଡିଆ ଫାଉଣ୍ଡେସନ୍ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ by Proprietor Abhimanyu Maharana July 14, 2026 ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana July 14, 2026