ଡିପାଉଲ ସ୍କଲର ପ୍ରଥମ ବାଷିକ ଉତ୍ସବ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ନୁଆଗଡ ବ୍ଳକ ବଡପଦାର ଡି. ପାଉଲ ଇଂଲିଶ ମିଡିୟମ ବିଦ୍ୟାଳୟର ପ୍ରଥମ ବାଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥୀ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ଏମଆଇଏସ ପି. ଶିବ କୁମାର, ପ୍ରଶାନ୍ତ କୁମାର ମିଶ୍ର, ଅଡିଟର ଇସନ୍ ଚାନ୍ଦ ଓମକାର, ବିଇଓ ନୟନ ରଞ୍ଜନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କାର୍ଜି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥୀ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିବା ସହ କ୍ରୀଡା ଏବଂ ପ୍ରତ୍ୟେକ ଶ୍ରେଣୀରେ ଅଧିକ ନମ୍ବର ରଖିଥିବା କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୁତ କହିଥିଲେ । ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବାରୁ ଏଠାକାର ଛାତ୍ରଛାତ୍ରୀ ଇଂରାଜୀ ଭାଷାରେ ଉତ୍ତମ ଶିକ୍ଷା ଲାଭ କରିପାରିବେ ବୋଲି ଅତିଥୀମାନେ କହିଥିଲେ । ଏହି ଅବସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନାଚଗୀତ , ଏକାଙ୍କିକା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କହିଥିଲେ ।

Exit mobile version