Home ଓଡ଼ିଶା ମନ୍ତ୍ରୀ ଙ୍କ ଗାଳି ହେଲା କି କାଳ ..? by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଶୋକ ର ଛାୟା ୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର/ବ୍ରଜରାଜନଗ :- ପୋଲିସ ଏଏସ୍ଆଇଙ୍କ ଗୁଳି ମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଶୋକ ର ଛାୟା ଖେଳିଯାଇଛି । ପୋଲିସ କର୍ମଚାରୀ ଗୋପାଳ ଦାସ କାହିଁକି ଓ କେଉଁ ପରିସ୍ଥିିତିରେ ଏଭଳି ଘଟଣା ଘଟାଇଲେ ତାହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ତେବେ ଗୁଳି ମାଡ ପୂର୍ବରୁ ମନ୍ତ୍ରୀ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗାଳି ଦେଇଥିବାର ସୂଚନା ମିଳିଛି । ହୁଏତ ସେହି କାରଣରୁ ପୋଲିସ ଗୋପାଳ ଦାସ ପ୍ରତିଶୋଧ ନେଲେ କି ?ଏକ ନିର୍ଭରଯୋଗ୍ୟ ସୂତ୍ର ସୂଚନା ଅନୁସାରେ,ରବିବାର ପୂର୍ବାହ୍ନରେ ମନ୍ତ୍ରୀ ଝାରସୁଗୁଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି ମନ୍ତ୍ରୀ ବ୍ରଜରାଜନଗର ଗାନ୍ଧିଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଥିଲେ । ଏହି ସମୟରେ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀଙ୍କ ପାଇଲଟ ଦାୟିତ୍ୱରେ ଥିଲେ । ବ୍ରଜରାଜନଗର ଫାଣ୍ଡିଠାରୁ ଅଳ୍ପଦୂରରେ କୌଣସି କାରଣ ପାଇଁ ମନ୍ତ୍ରୀ ପୋଲିସ ଏଏସଆଇକୁ ଗାଳି କରିଥିଲେ । ସର୍ବସମ୍ମୁଖରେ ମନ୍ତ୍ରୀ ତାଙ୍କୁ ଗାଳି କରିବାରୁ ସେ ହଠାତ କ୍ରୋଦ୍ଧରେ ଜର୍ଜରିତ ହୋଇପଡିଥିଲେ ।ତାଙ୍କ ସ୍ତ୍ରୀ ଙ୍କ କହିବାନୁଜାୟୀ ମାନସିକ ବିକାରଗ୍ରସ୍ତ ରୋଗରେ ପୀଡିତ ଥିବା ଗୋପାଳ ବୋଧହୁଏ ମନ୍ତ୍ରୀଙ୍କ ଗାଳିକୁ ସହ୍ୟ କରିପାରିନଥିଲେ । ଏହାର କିଛି ସମୟ ପରେ ମନ୍ତ୍ରୀଙ୍କ ଗାଡି ବ୍ରଜରାଜନଗର ସ୍ଥିତ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲା । ପୋଲିସ ଏଏସଆଇ ଜଣକ ତୁରନ୍ତ ମନ୍ତ୍ରୀଙ୍କ ସାମ୍ନାକୁ ଆସି ଦୁଇ ରାଉଣ୍ଡ ଗୁଳି ମାଡ କରିଥିଲେ । ଫଳରେ ମନ୍ତ୍ରୀ ନବ ଦାସ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଟଳି ପଡିଥିଲେ । ତୁରନ୍ତ ତାଙ୍କୁ ଝାରସୁଗୁଡା ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ଏୟାରଲିପ୍ଟ କରଯାଇଥିଲା ।ଭୁବନେଶ୍ୱର ବିମାନ ବନ୍ଦରରୁ ଗ୍ରୀନ କରିଡର ମାଧ୍ୟମରେ ତାଙ୍କୁ ଆପୋଲୋ ହସପିଟାଲକୁ ନିଆଯାଇଥିଲା । ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଠା କରିଥିଲେ । ହେଲେ ତାଙ୍କୁ ବଞ୍ଚାଇପାରିନଥିଲେ । ରାତି ପ୍ରାୟ ୮ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ମନ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପ୍ରାର୍ଥୀବ ଶରୀରକୁ କ୍ୟାପିଟାଲ ହସପିଟାଲକୁ ନିଅ।।ଇଥିଲା । ସେଠାରେ ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ବିଧାନସଭାକୁ ନିଆଯିବ । ଆସନ୍ତାକାଲି ଝାରସୁଗୁଡାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।ଉଲ୍ଲେଖଥାଉ କି, ୧୯୮୦ ମସିହାରେ ନବ ଦାସ ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ କଂଗ୍ରେସରେ ଯୋଗଦେଇଥିଲେ। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ଗଂଗାଧର ମେହେର ବିଶ୍ବବିଦ୍ୟାଳୟ)ରେ ପଢ଼ୁଥିଲା ବେଳେ ଛାତ୍ର ସଂସଦର ସଭାପତି ହୋଇଥିଲେ। ୨୦୦୪ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଠାରୁ ହାରିଥିଲେ। କିନ୍ତୁ ପରେ ପୁଣି ସେ କଂଗ୍ରେସରୁ ବିଧାୟକ (୨୦୦୯ ଓ ୨୦୧୪) ହୋଇଥିଲେ। ବିଜେଡି ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କୁ ହରାଇଥିଲେ।୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଥିଲେ। ୨୦୧୯ ଜାନୁଆରି ୧୬ ତାରିଖରେ କଂଗ୍ରେସ ଛାଡ଼ି ଜାନୁଆରି ୨୪ରେ ବିଜେଡିରେ ଯୋଗ ଦେଇଥିଲେ। ସେହି ବର୍ଷ ସେ ବିଜେଡି ଟିକେଟରେ ଝାରସୁଗୁଡ଼ାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥି ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ସ୍ବାସ୍ଥ୍ୟମନ୍ତ୍ରୀ ହୋଇପାରିଥିଲେ। Categories: ଓଡ଼ିଶା, ଝାରସୁଗୁଡା, ମହାନଗର, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026