ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଠାରେ ମୋହନା ନିର୍ବାଚନ ମଣ୍ଡଳୀ ୨୫ତମ ପ୍ରତିଷ୍ଟା ଦିବସ

୨୯ ଜାନୁଆରୀ,ରବିବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ର ମହେନ୍ଦ୍ରଗଡ଼ ଠାରେ ମୋହନା ନିର୍ବାଚନ ମଣ୍ଡଳୀ ରେ ୨୫ତମ ପ୍ରତିଷ୍ଟା ଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଅଛି । ଉକ୍ତ ପ୍ରତିଷ୍ଟା ଦିବସରେ ମୁଖ୍ୟ ଅତିଥି ଭାବରେ ନାୟକ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଜିଲ୍ଲା ସଭାପତି ପ୍ରଦୀପ ନାୟକ,ଗଜପତି ,ଉପାଧ୍ୟକ୍ଷା କୁନ୍ତଳା ମଲ୍ଲିକ, ପୁର୍ବତନ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ,ଗଜପତି ଜିଲ୍ଲା ଛାତ୍ର ସମାଜର ସଭାପତି, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଧନେଶ୍ବର ଭୂୟାଁ, ପାରଳାଖେମଣ୍ଡ ଅର୍ଜର ପୃଥିବୀ ରାଜ ସାହୁ, ମୋହନା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେଖକ ଜଗଦୀଶ ରାଓ, ଜୀଲ୍ଲା ଉପସଭାପତି ଦଣ୍ଡାସି ସାହୁ ତଥା ଚାରି ଗୋଟି ବ୍ଲକ୍ ର ସମସ୍ତ ସରପଞ୍ଚ, ସମସ୍ତ ସମିତି ସଭ୍ୟ/ସଭ୍ୟା, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ତଥା ବହୁଳ ଭାବରେ ଉପସ୍ଥିତ ଥିବା ବିଜୁପ୍ରେମୀ,ତଥା ଚାରି ଗୋଟିବ୍ଲକ୍, ର ଚେୟାରମ୍ୟାନ,ତଥା ବହୁ ବୁଦ୍ଧିଜିବି ସମସ୍ତେ ଉପସ୍ଥିତ ଥିଲେ ।ଉକ୍ତ ମିଶ୍ରଣ ପର୍ବରେ ମୋହନା ନିର୍ବାଚନ ମଣ୍ଡଳୀ ରୁ ପ୍ରାୟ ସତୁରୀ ଜଣ କର୍ମୀ ଅନ୍ୟ ଦଳରେ ଥାଇ ବିଜୁବାବୁଙ୍କ ଆଦର୍ସ ରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।ଆଗାମୀ ଦିନରେ କିଭଳି ଭାବରେ ଦଳକୁ ବିପୁଳ ପରିମାଣରେ ବିଜୟ ହାସଲ କରିବା ପାଇଁ ନିଷ୍ପତି ନେଇଥିଲେ । କଂଗ୍ରେସର ମେରାପଲି ଓ ଚନ୍ଦ୍ରଗିରି ସମତି ସଭ୍ୟ ଓ ସତାଧିକ କର୍ମୀ ବିଜେଡିରେ ମିଶିଥିଲେ । ଏହି ବୈଠକରେ ଏକ ହଜାର ଉଦ୍ଧ୍ବ କର୍ମୀମାନେ ଯୋଗ ଦେଇଥିଲେ ।

Exit mobile version