Home ଓଡ଼ିଶା ଭୁବନ ପଂଚାୟତ ସମିତି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନ :- ଭୁବନ ପଂଚାୟତ ସମିତି ତରଫରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଜାତୀୟ ପତାକା ଉତୋଳନ କରି କରି କହିଥିଲେ ଯେ, ଗଣତନ୍ତ୍ରକୁ ରକ୍ଷା କରିବା ଆମର କାମ । ଭାରତ ଆଜି ସୁପରପାୱାର ହେବାକୁ ସ୍ୱପ୍ନ ଦେଖୁଛି କିନ୍ତୁ ଦାରିଦ୍ର, ବେକାରୀ, ବେରୋଜଗାରୀ, ଦୁର୍ନୀତି ବିକାଶ ପଥରେ ପ୍ରତିବନ୍ଧକ ସାଜିଛି । ତେଣୁ ଆମକୁ ଦେଶପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ । , ବିଡିଓ କଲ୍ୟାଣ ସୌରଭ ଦାଶ , ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ତହସିଲ କାର୍ଯ୍ୟାଳୟ ଭୁବନ ତହସିଲ କାର୍ଯ୍ୟାଳୟ ପରିସରରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ତହସିଲଦାର ଡଃ ରୋଜାଲିନ ବେହେରା ଜାତୀୟ ପତାକା ଉତୋଳନ କରି ମହାପୁରୁଷ ମାନଙ୍କୁ ମନେପକାଇ ଥିଲେ । ଅତିରିକ୍ତ ତହସିଲଦାର ରାଜୀବ ଲୋଚନ ବେହେରା , ବରିଷ୍ଠ କିରାଣୀ ସୁଧିର କୁମାର ପଣ୍ଡା ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭୁବନ ଥାନା ଭୁବନ ଥାନାରେ ବିପୁଳ ଉତ୍ସାହ ଉଦ୍ଦିପନା ର ସାହ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ଜାତୀୟ ପତାକା ଉତୋଳନ କରିଥିଲେ । ଏସଆଇ ସୁକାନ୍ତି କେର୍କଟା, ଅନୁରାଗ ମଲ୍ଲିକ , ଏଏସଆଇ ପ୍ରଦୀପ କୁମାର ସତପଥି , ପ୍ରଭାତ ରାଉତ ,ଜୟଶ୍ରୀ ଗଡନାୟକ , ଦୀପକ ସିଂହ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ା ବିଜ୍ଞାପିତ ଅଂଚଳ ପରିଷଦ ଭୁବନ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ସମସ୍ତ କାଉନସିଲର , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ବରିଷ୍ଠ କିରାଣୀ ପ୍ରାଣକୃଷ୍ଣ ଓଝା, କନିଷ୍ଠଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ , ଶକ୍ତି ପ୍ରସାଦ ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏନଏସି ତରଫରୁ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରମେଶ କୁମାର ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ଡା.ମନୋଜ କୁମାର ମହାନ୍ତି, ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଭୁବନ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରେଞ୍ଜର ଅନିତା ସେଠୀ ଜାତୀୟ ପତାକା ଉତୋଳନ କରିଥିବା ବେଳେ ଫରେଷ୍ଟର କବିତା ବିଶ୍ୱାଳ , ଫରେଷ୍ଟଗାର୍ଡ ମମତା କଅଁର ଓ ସ୍କ୍ୱାର୍ଡ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବିଜେଡି କାର୍ଯ୍ୟାଳୟ ଭୁବନ ବିଜେଡି କାର୍ଯ୍ୟାଳୟରେ ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ନଗରପାଳ ଶୁଭେନ୍ଦୁ ସାହୁ , ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଅଜୟ ସେଠୀ , ଅଚ୍ୟୁତାନନ୍ଦ ମଲ୍ଲିକ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଅନୁରୂପ ଭାବେ ଭୁବନର ସମସ୍ତ ସରକାରୀ ,ବେସରକାରୀ ସ୍କୁଲ,କଲେଜ,ବଣିକ ସଂଘ,ବ୍ୟାଙ୍କ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । Categories: ଓଡ଼ିଶା, ଢେଙ୍କାନାଳ, ହୋମ୍ Related Content ମହାପ୍ରଭୁଙ୍କ ଅଧରଚୁମ୍ବୀ ତୁମ୍ବାକୃତି ମାଟିହାଣ୍ଡିରେ ଅର୍ପଣ ହେଲା ଅଧରପଣା by Proprietor Abhimanyu Maharana July 27, 2026 ଇଣ୍ଡିଆନ ଆଇଡୋଲ ସିଜିନ ୧୬ ର ବିଜେତା - ଜ୍ୟୋତିର୍ମୟୀ ନାୟକ by Proprietor Abhimanyu Maharana July 26, 2026 ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ by Proprietor Abhimanyu Maharana July 26, 2026 ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ by Proprietor Abhimanyu Maharana July 26, 2026 ୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana July 26, 2026 ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି by Proprietor Abhimanyu Maharana July 26, 2026