ପାରଳାଖେମୁଣ୍ଡି ସ୍ଥିତ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲାରେ ଆଉ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ

୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରାଖେମୁଣ୍ଡି :- ଗଜପତି ଜିଲାରେ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଉ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ ହୋଇଛି। ଆଜି ଦିନ ପୂର୍ବାହ୍ନରେ ଜଳ ସେଚନ ବିଭାଗ କାର୍ଯ୍ୟଳୟ ପରିସରେ ୧୮ ମିଟର ଉଚ୍ଚ ବିଶିଷ୍ଟ ଏକ ସ୍ବତନ୍ତ୍ର ଜାତୀୟ ପତାକା ସ୍ତମ୍ଭ ସ୍ଥାପିତ କରାଯାଇଛି। ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଏହି ପତାକା ସ୍ତମ୍ବରେ ୧୫ ଫୁଟ ବାଇ ୧୦ ଫୁଟ ଆକାରର ବିଶାଲ ଜାତୀୟ ପତାକାକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉତ୍ତୋଳନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକ (ରାଜସ୍ୱ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମଞ୍ଚଳ ଖମାରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବଂଶଧାରା ନାଗାବଳୀ ଅବବାହିକା ଶ୍ରୀ ନଗେନ୍ଦ୍ରନାଥ ମହାରଣା, ସଞ୍ଜୟ କୁମାର ରଥ ଅଧିକ୍ଷଣ ଯନ୍ତ୍ରୀ ଗଜପତି, ଜଳସେଚନ ବିଭାଗର ଯନ୍ତ୍ରୀ ପି.ଜଗନ୍ନାଥ ଓ କ୍ଷୁଦ୍ର ଜଳସେଚନ ବିଭାଗ ତଥା ଜଳସମ୍ପଦ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ମୋହିତ ଆଚାର୍ଯ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ ଉପ ବିଭାଜନ ଏବଂ ଶ୍ରୀମତୀ ରୋଜରାଣୀ ପଟନାୟକ ସହକାରୀ ଯନ୍ତ୍ରୀ ପରିଚାଳନା କରିଥିଲେ।

Exit mobile version