୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡ଼ିୟମଠାରେ ମହା ସମାରୋହରେ ପାଳିତ ହୋଇଯାଇଛି | ଏହି ଜାତୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି ସଂଖ୍ୟାଲଘୁ, ପଛୁଆ ବର୍ଗ ବିକାଶ ଏବଂ ଆଇନ୍, ଓଡ଼ିଶା ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ତାଙ୍କର ଅଭିଭାଷଣରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ କୃତଜ୍ଞତା ଜଣାଇ ଥିଲେ l
ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶ ପ୍ରେମୀ ନିଜର ପ୍ରାଣକୁ ବାଜି ଲଗାଇ ସ୍ୱାଧୀନତା ହାସଲ କରିଥିଲେ ସେହି ଦେଶ ପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଗଣତନ୍ତ୍ର ଓ ସାର୍ବଭୌମକୁ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷଣା କରାଯାଇଛି l ସେହିଦିନ ଠାରୁ ଆମେ ସମସ୍ତେ ଭରତବାସୀ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରୁଛେ l ସମ୍ବିଧାନ ପ୍ରଣୟନ ସଭାର ଅଧକ୍ଷ ଡ଼.ଭୀମରାଓ ଆମ୍ବେଦକର ଓ ଅନ୍ୟ ସମ୍ବିଧାନ ପ୍ରଣୟନଙ୍କୁ ମଧ୍ୟ କୃତଜ୍ଞତା ଜଣାଇ ଥିଲେ | ଆମ ସମ୍ବିଧାନ ଦେଶର ସର୍ବୋଚ୍ଚ ଆଇନ ଓ ଆମେ ଯେକୌଣସି ଜାତି, ଧର୍ମ, ଲିଙ୍ଗ, ଭାଷା ବସତି ହେଲେ ମଧ୍ୟ ଆମେ ସମସ୍ତେ ଭରତୀୟ l
ଆମ ସମ୍ବିଧାନ ବିଶ୍ୱର ସର୍ବ ବୃହତ୍ ଲିଖିତ ସମ୍ବଧାନ। ଆମ ସମ୍ବିଧାନ ରାଷ୍ଟ୍ରର ଅମୂଲ୍ୟ ସମ୍ପଦ। ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୋଲାନା ଆବୁଲ କାଲାମ ଆଜାଦ୍, ଡ଼. ବାବାସାହେବ ଆମ୍ବେଦକର, ଉତ୍କଳମଣି ଗୋପବନ୍ଧୁ ଦାସ, ଡ଼.ହରେ କୃଷ୍ଣ ମହତାବ, ବିଶ୍ଵନାଥ ଦାସ, ସହିଦ୍ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ ଓ ବିଜୁ ପଟ୍ଟନାୟକ ପ୍ରମୁଖ ବୀର ସଂଗ୍ରାମୀଙ୍କୁ ସାଲମ୍ ଜଣାଇ ଥିଲେ। ଭାରତ ସ୍ଵାଧିନତା ଆନ୍ଦୋଳନରେ ଗଜପତି ଜିଲ୍ଲାର ବଳିଷ୍ଠ ଭୂମିକା ଇତିହାସରେ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ। ଜିଲ୍ଲାର ମହେନ୍ଦ୍ର ତନୟାର ଶୀତଳ ଜଳର ସ୍ପର୍ଶରେ ସୁନ୍ଦର ଏହି ଭୂଖଣ୍ଡର ପ୍ରାଚୀନ ଐତିହ ଗୌରବମୟ ।
