ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ ସାଧାରଣତନ୍ତ୍ର ଦିବସ

୨୭ ଜାନୁଆରୀ ଶୁକ୍ରବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଅମ୍ବାଭୋନା :- ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ସ୍ବାସ୍ଥ୍ୟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଥିଲେ । ପରେ ସହଯୋଗୀ କର୍ମଚାରୀ ଓ ସେଠାରେ ଅବସ୍ଥାପିତ ଆଇଆରବି ଜବାନମାନେ ଜାତୀୟ ସଂଗୀତ ଗାନ କରିଥିଲେ ଓ ପତାକା କୁ ସଲାମି ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ଲଖନପୁର ସରପଞ୍ଚ ସତ୍ୟ ଭୁଷଣ ସାହୁ,ଜନ ଆରୋଗ୍ୟ ସମିତି ର ସଭ୍ୟ ବରିଷ୍ଠ ନାଗରିକ ସୋମନାଥ ବେହେରା, ସଚ୍ଚିଦାନନ୍ଦ ମେହେର, ଫାର୍ମାସିଷ୍ଟ ରୋହିତ ସାହୁ,ସିଏଚଓ ସରିତା ଭୋଇ, ନନ୍ଦିନୀ ସୁନା,ଏକଲବ୍ୟ ପଧାନ ,ଡିଲେଶ୍ବର ରୋହିଦାସ,ବିରାଟ ପ୍ରଧାନ,ବୁଲୁ ଥାପା,ପ୍ରେମଶିଳା ଗୈ।ଡ, ବିଷ୍ଣୁ ପ୍ରିୟା ଦାଶ ପ୍ରମୁଖ ଉପସ୍ଥିତ ଥିଲେ.

Exit mobile version