ଏମ କେ ସି ଜି ଦୃଷ୍ଟିହୀନ ,ବଧିର ,ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ, କଣ୍ଟେଇକୋଳି, ମୋହନା ,ଗଜପତି ରେ ସାଧାରଣ ତନ୍ତ୍ର ଦିବସ ଓ ସରସ୍ଵତୀ ପୂଜା ପାଳନ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି  :- ଆଜି ଅର୍ଥାତ ୨୬ ଜାନୁଆରୀ ୨୦୨୩ ରେ ସାଧାରଣ ତନ୍ତ୍ର ଦିବସ, ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ , ମୋହନ।, ଗଜପତି ପରିସରରେ ପାଳନ ହୋଇଯାଇଛି । ଆଜିର ସମାରୋହର ସଭାପତି ଭାବରେ ଅନୁଷ୍ଠାନର ଉପ ସଭାପତି ଶ୍ରୀ ଶରତ ଚନ୍ଦ୍ର ମଲିକ ଆସନ ଅଳଙ୍କୃତ କରିଥିଲେ। ମୋହନା ବ୍ଲକ ର ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଶ୍ରୀ ତପସ୍ଵିନୀ ହଂସଦା ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଦୁର୍ଜୟଧନ କରଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ସୁନିତା ମଲିକ(ସରପଞ୍ଚ-ମୋହନ।), ଶ୍ରୀ ମଧୁସୂଦନ ପାଢି(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ),ଶ୍ରୀ ପ୍ରଶାନ୍ତ ବୀର (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ), ଶ୍ରୀ ଗଣେଶ ବିଶୋଇ, ବରିଷ୍ଠ ସାମ୍ବାଦିକ -ମୋହନ।), ଶ୍ରୀ ରସ।ନନ୍ଦ ପ।ଣି(ନାଏବ ସରପଞ୍ଚ-ମୋହନ।) _ଶ୍ରୀ ଦଣ୍ଡାସୀ ସାହୁ (ସମ୍ପାଦକ ), ଶ୍ରୀ ସୁରେନ୍ଦ୍ର ଜେନା (କୋଷାଧ୍ୟକ୍ଷ) , ଶ୍ରୀ ଜୟପ୍ରକାସ ପାଇକ (ସଭ୍ୟ), ଶ୍ରୀ ମାରଶଲ ନାୟକ (ଅବସରପ୍ରାପ୍ତ ଶିକ୍ଷା ନିରିକ୍ଷକ), ଶ୍ରୀ ମନୋଜ କୁମାର ସାହୁ(ସହ –ସମ୍ପାଦକ), ଶ୍ରୀ ରବି ସାମନ୍ତରା, ଉପଦେଷ୍ଟା, ମୋହନା ଶ୍ରୀମତି ସିଡିପିଓ ମାଡାମ ମୋହନା ଏବଂ ଶ୍ରୀମତୀ ନିରୋଜ। କୁମାରୀ ବେହେରା (ଆଧ୍ୟକ୍ଷା-ଏମ ଆର ବିଭାଗ)  ଆଦି ଉପସ୍ଥିତ ଥିଲେ, ମୋହନା ଗ୍ରାମ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପ ,ଚନ୍ଦନ ଏବଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ, ତତ୍ପରେ ଛାତ୍ରଛାତ୍ରୀ ମାନେ ଉଦଘାଟନୀ ସଙ୍ଗୀତ ଗାନକରି ସଭାକୁ ରଙ୍ଗୀନ କରିଥିଲେ। ତତ୍ପରେ ଶ୍ରୀ ଯୁଧିଷ୍ଟିର ପାତ୍ର (ଦୃଷ୍ଟିହୀନ ଶିକ୍ଷକ) ଏକ ଦେଶାତ୍ମକ ସମ୍ପର୍କିତ ଏକ ସଂଗୀତା ଗାନ କରିଥିଲେ । ପରେ ପରେ ଏହି ଅନୁଷ୍ଠାନର ସହ କ।ରି ଶିକ୍ଷକ ଶ୍ରୀ ଅଶୋକ କୁମାର ଜେନା ଆଜିର ଅତିଥିମାନଙ୍କ ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ।ପ୍ରଥମେ ଆଜିର ପ୍ରଥମ ବକ୍ତା ହିସାବରେ ଅନୁଷ୍ଠାନର ଉପାଦେଷ୍ଟା ଶ୍ରୀ ଦୁର୍ଜ୍ୟୋଧାନ କରଡା ଦିବ୍ୟ।ଙ୍ଗ ମାନଙ୍କ ନିମନ୍ତେ ହୋଇଥିବା ବିଭିନ୍ନ ଯୋଜୋନା ବିଷୟରେ ପ୍ରାଞ୍ଜଳ ଭାବେ ବର୍ଣନା କରିଥିଲେ । ସଭାର ଶେଷଆଡକୁ ଆଜିର ସଭାପତି ଶ୍ରୀ ଶରତ ଚନ୍ଦ୍ର ମଳିକ,ମହାନ ରାଜନେତା, ମହାନ ଦେଶ ସେବକ ତଥା ମହାନ ସମାଜ ସେବକ ବିଷୟରେ ବର୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଏବଂ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ସୁଶ୍ରୀ ହଂସଦା ମୋହଦୟା ଭିନ୍ନକ୍ଷମ ପିଲାମାନଙ୍କ ମଧ୍ୟରେ ମିଷ୍ଠ।ର୍ଣ୍ଣ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସହକାରୀ ଶିକ୍ଷକ ଶ୍ରୀ ଅଶୋକ କୁମାର ଜେନା ସଭା ପରିଚାଳନା କରିଥିଲେ ଏବଂ ପରିଶେଷରେ ନିମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ପାଇଁ ସଭାପତିଙ୍କ ଅନୁମତି ଲୋଡିଥିଲେ ଓ ସଭାପତି ଙ୍କ ନିର୍ଦେଶ କ୍ରମେ ସଭା ସାଙ୍ଗ କରିଥିଲେ ।

Exit mobile version