ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ସାଧାରଣତନ୍ତ୍ର ଦିବସ

୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ୭୪ ତମ ସାଧାରଣତନ୍ତ୍ର ଦିବସ ଓ ସରସ୍ବତୀ ପୂଜା ପାଳିତ ହୋଇଯାଇଛି l ଏହି ଉତ୍ସବରେ ରୁପ୍ରାରୋଡ଼ର ସମାଜସେବୀ ଶ୍ରୀଯୁକ୍ତ ଦୁଲିଚନ୍ଦ ଅଗ୍ରୱାଲଙ୍କ ସୁପୁତ୍ର ଶ୍ରୀଯୁକ୍ତ ପ୍ରଦୀପ କୁମାର ଅଗ୍ରୱାଲ ମୁଖ୍ୟ ଅତିଥିଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ସାଧାରଣତନ୍ତ୍ର ଦିବସ ବିଷୟରେ ଆଲୋକପାତ କରିବା ସହିତ

ବିଦ୍ୟାଳୟର ପାନୀୟଜଳର ବ୍ୟବସ୍ଥା ପାଇଁ ଏକ ସମର ସେବୁଲ ମଟର ମା ସରସ୍ବତୀଙ୍କ ନିକଟରେ ସମର୍ପଣ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶ୍ରୀ ପବିତ୍ର ମୋହନ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନୁଷ୍ଠାନର ସଭାପତି ଘନଶ୍ୟାମ ଭୋଇ, ସମ୍ପାଦକ ସଂଜୀବ ଦାସ, ସଦସ୍ୟl ସୁନିତା ଭାରଦ୍ୱାଜ ଏହି ଉତ୍ସବରେ ଯୋଗ ଦେଇଥିଲେ l

Exit mobile version